ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

add-all

ଭୁବନେଶ୍ୱର: କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା l ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ପହଞ୍ଚିବେ ଜେପି ନଡ୍ଡା l ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା l ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ l

ଆସନ୍ତାକାଲି ଦିନିକିଆ ଓଡ଼ିଆ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା l ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରେ ଦିନ ସାଢ଼େ ୧୧ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏଥିସହିତ ବିଜେପିର ବିଭିନ୍ନ ସ୍ଥାନରେ ଚାଲିଥିବା ସଦସ୍ୟତା ଅଭିଯାନ ନେଇ ଦଳୀୟ କର୍ମୀ ମାନଙ୍କୁ ପରାମର୍ଶ ଦେବେ। ପରେ ଅପରାହ୍ନରେ ଜେ.ପି ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରି ଯିବାର ସୂଚନା ରହିଛି।

ad-week
Leave A Reply

Your email address will not be published.