ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

add-all

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କ ଉପରେ ୪୭,୯୫, ୩୧୪ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଜୁଲାଇ ୩ ରେ ଲାଞ୍ଚ ନେଉଥିବା ବେଳେ ଯାଜପୁର ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଧରିଥିଲା ଭିଜିଲାନ୍ସ । ନିଜ ସରକାରୀ ବାସଭବନରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍।

ଏହି ମାମଲାରେ ଦାସଙ୍କୁ ନିମ୍ବିତ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବା ପରେ ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନାଥାଉକି, ଏକ ଦୁର୍ଘଟଣାଜନିତ ମୃତ୍ୟୁର ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ସେ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ବାବଦରେ ଟଙ୍କା ନେଉଥିବା ସମୟରେ ଧରିଲା ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ।

ad-week
Leave A Reply

Your email address will not be published.