ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ସଚେତନତା ଶିବିର

add-all

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ଏକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।
ଉକ୍ତ ସଚେତନତା ଶିବିରରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ସୁପ୍ରସନ୍ନ ମଲ୍ଲିକ, ଉପ ଖଣ୍ଡୀୟ ଆରକ୍ଷୀ ଅଧିକାରୀ, ଫୁଲବାଣୀ, ଡ଼ା. ବିଜୟ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ା. କଳ୍ପନା ଦଳାଇ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଗୁମାଗଡ, ଜଳ ଏବଂ ଭେକ୍ଟର ବାହିତ ରୋଗର ପରାମର୍ଶଦାତା, ସରପଞ୍ଚ, କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତ ଉପସ୍ଥିତ ଥିଲେ ।
ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଫାଇଲେରିଆ, ଡାଇରିଆ, ଟାଇଫଏଡ, ହେପାଟାଇଟିସ ଇତ୍ୟାଦି ରୋଗରୁ ନିଜକୁ ସୁରକ୍ଷିତ ରଖିବା ସହିତ କିପରି ନିଜ ଅଞ୍ଚଳକୁ ରୋଗ ଦାଉରୁ ରକ୍ଷା କରାଯାଇପାରିବ ଉକ୍ତ ସଭାରେ ଉପସ୍ଥିତ ଥିବା ପାରା ଲିଗାଲ ସ୍ବେଚ୍ଛାସେବୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସଚେତନ କରାଯାଇଥିଲା ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ବେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.