ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୧୦ ଦଫା ଦାବିକୁ ନେଇ କାର୍ଯ୍ୟବନ୍ଦର ଡାକରା ଦେଇ ଧାରଣା ଦେଲେ ସମସ୍ତ ନର୍ସିଂ କର୍ମଚାରୀ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟବନ୍ଦ କରି ଧାରଣା ଦେଉଛନ୍ତି ସମସ୍ତ ନର୍ସିଂ କର୍ମଚାରୀ, ନର୍ସିଂ କର୍ମଚାରୀ ଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ, କେବିକେ ଭତ୍ତା ପ୍ରଦାନ, ନିୟମିତ ହୋଇ ନଥିବା ନର୍ସିଂ କର୍ମଚାରୀ ଙ୍କୁ ତୁରନ୍ତ ନିୟମିତ କରିବା ଭଳି 10 ଦଫା ଦାବି କୁ ନେଇ ନର୍ସିଙ୍ଗ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିଛନ୍ତି, କେବଳ ଆଇ.ସି.ୟୁ, ଏସ.ଏନ.ସି.ୟୁ, ଲେବର ରୁମ ଏବଂ ଓ.ଟି କୁ ଛାଡି ଦେଲେ, ଅନ୍ୟ ସମସ୍ତ ଵିଭାଗ ରେ କାର୍ଯ୍ୟବନ୍ଦ କରିଛନ୍ତି, ଯଦି ଆଜି ଏବଂ କାଲି ଏଇ ଦୁଇ ଦିନ ଭିତରେ ସରକାର ନର୍ସିଙ୍ଗ କର୍ମଚାରୀ ଙ୍କ ଦାବି ପୂରଣ ନ କରନ୍ତି ତେବେ, ସମସ୍ତେ ସମ୍ପୂର୍ଣ ଭାବେ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି, ସଭାପତି ଇତିଶ୍ରୀ ନାୟକ, ସମ୍ପାଦକ ସୁମିତ ଭତରା ଙ୍କ ସହ ଅଶୋକ ଦୀପ, ଗଗନ ମୁରଲୀ, ପାର୍ଥ ବେହେରା ଙ୍କ ସହ ଶତାଧିକ ନର୍ସିଙ୍ଗ କର୍ମଚାରୀ ଏହି ଧାରଣା ରେ ଭାଗ ନେଇଛନ୍ତି।

ad-week
Leave A Reply

Your email address will not be published.