ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ

add-all

ନୂଆଦିଲ୍ଲୀ : ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ ଲେବାନନ ସୀମାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଛି। ଆତଙ୍କୀ ସଂଗଠନ ହେଜବୋଲ୍ଲାକୁ ନିପାତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ ବୋଲି ଇସ୍ରାଏଲ ଘୋଷଣା କରିଛି। ଇସ୍ରାଏଲ ଉପରେ ହେଜବୋଲ୍ଲାର କ୍ଷେପଣାସ୍ତ୍ର ମାଡର ଉପଯୁକ୍ତ ଜବାବ ଦେବାକୁ ଲେବାନନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଉଲ୍ଲେଖଯୋଗ୍ୟ, ଆତଙ୍କୀ ସଂଗଠନ ହମାସକୁ ନିପାତ କଲାଭଳି ଇରାନ ସମର୍ଥିତ ହେଜବୋଲ୍ଲାକୁ ଲେବାନନ ମାଟିରେ ମୂଳପୋଛ କରିବା ପାଇଁ ଇସ୍ରାଏଲ ଆଗେଇ ଚାଲିଛି। ଇସ୍ରାଏଲ ଗତ ତିନି ଦିନରେ ଲେବାନନରେ ହେଜବୋଲ୍ଲାର ୨୦୦୦ରୁ ଅଧିକ ଠିକଣାକୁ ଧ୍ୱଂସ କରିସାରିଲାଣି ଏବଂ ଏହି ଧ୍ବଂସଲୀଲା ଏବେ ବନ୍ଦ ହେବାର ନାହିଁ। କାରଣ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ରାଜି ନାହିଁ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଲେବାନନରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରି ହେଜବୋଲ୍ଲାକୁ ନିପାତ କରିବାକୁ ଆହ୍ବାନ କରିଛନ୍ତି।
ଆମେରିକା ଓ ଫ୍ରାନ୍ସ ଲେବାନନରେ ୨୧ ଦିନିଆ ଅସ୍ତ୍ରବିରତି ପାଇଁ ଦେଇଥିବା ପ୍ରସ୍ତାବକୁ ଗୁରୁବାର ଖାରଜ କରି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଏକ୍ସ​‌ରେ ଲେଖିଛନ୍ତି, ‘‘ଇସ୍ରାଏଲର ଉତ୍ତର ଭାଗରେ ଏହି ଅଭିଯାନର କେବଳ ଗୋଟିଏ ଫଳାଫଳ ରହିବ ତାହା ହେଲା, ହେଜବୋଲ୍ଲାକୁ ନିପାତ କରିବା ଏବଂ ଇସ୍ରାଏଲ ଲୋକଙ୍କର କ୍ଷତି ଘଟାଇବାର ତା’ର କ୍ଷମତାକୁ ସମ୍ପୂର୍ଣ୍ଣ ଶେଷ କରିବା।’’ ସେ ଆହୁରି କହିଛନ୍ତି, ପ୍ରସ୍ତାବିତ ଅସ୍ତ୍ରବିରତି ଦ୍ଵାରା ହେଜବୋଲ୍ଲାକୁ ପୁନର୍ଗଠିତ ହେବାକୁ ସମୟ ମିଳିଯିବ, ସେଥିପାଇଁ ଇସ୍ରାଏ ଅସ୍ତ୍ରବିରତି ସପକ୍ଷରେ ନାହିଁ।

ad-week
Leave A Reply

Your email address will not be published.