ଜେଲ ଯିବେ ସଞ୍ଜୟ ରାଉତ: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

add-all

ମୁମ୍ବାଇ : ମାନହାନି ମୋକଦ୍ଦମା ମାମଲାରେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ ଯିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରିଟ ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ସଞ୍ଜୟ ମେଧାଙ୍କ ବିରୋଧରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ସଞ୍ଜୟ ଅଭିଯୋଗ କରିଥିଲେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତିରେ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରିଟଙ୍କ ଏନଜିଓ ସମ୍ପୃକ୍ତି ରହିଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଥିଲେ ବିଜେପି ନେତା। ଏହାପରେ ସଞ୍ଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ।

ad-week
Leave A Reply

Your email address will not be published.