ଲକ୍ଷ୍ମୀନୃସିଂହ ବଣିକ ସଂଘ ପକ୍ଷରୁ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନଡିଆ ବଜାର ଠାରେ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଆଗାମୀ ଅକ୍ଟୋବର ୯ ତାରିଖ ବୁଧବାର ଠାରୁ ୧୩ ରବିବାର ଦିନ ପର୍ଯ୍ୟନ୍ତ ମା’ ଦୂର୍ଗାଦେବୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସଭାପତି ପ୍ରମୋଦ କୁମାର ମହାପାତ୍ର, ସମ୍ପାଦକ ବିଶ୍ବମ୍ବର ସାହୁ, ଉପସଭାପତି ଟି ରାମେଶ୍ଵର ପାତ୍ର, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, କିଶୋର ଚୈଧୁରୀ,ଯୁଗଳପଣ୍ଡାଙ୍କ ସମେତ ବଣିକସଘ ସଦସ୍ୟମାନେ ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ବଜାର ସ୍ଥିତ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ରୁ ପୁଜାଚ୍ଚନା କରି ଆଜ୍ଞାମାଳ ସହ ବାହାରି ଲକ୍ଷ୍ମୀ ବଜାର ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ତପନ କୁମାର ପାଢୀ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ହରିବନ୍ଧୁ ସାହୁ ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରେମାନନ୍ଦ ପାଣିଗ୍ରାହୀ,ହିନମୁନି, ଡମ୍ବରୁଧର ସାହୁ, ଦିନବନ୍ଧୁ ଵେହେରା, ଗୋବିନ୍ଦ ପଣ୍ଡା,ବୁଢ଼ା ସାହୁ ଶ୍ରୀକାନ୍ତ ସାହୁ, ଭୀମସେନ ସାହୁ ଙ୍କ ସହ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ର ସମସ୍ତ ସଦସ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.