ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟରିଙ୍ଗ ଦିବସ

add-all

ବ୍ରହ୍ମପୁର : ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟେରିଙ୍ଗ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଭାପତି ୟୁ. ହର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ସମସ୍ୟା ଉପରେ ଆଲୋଚନା କରାଯିବ ସହିତ ସଂଘର ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ମେୟର ଯୋଗଦାନ କରିଥିଲେ।

ସମ୍ମାନୀତ ଅତିଥିଭାବେ ଉପ ମେୟର ଇ ବିବେକ ରେଡି, ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇ ଙ୍କ ସମେତ ବହୁ କର୍ପୋରେଟର ଯୋଗଦାନ କରିଥିଲେ।ଏହି ଅବସରରେ ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ, କୋଷଦକ୍ଷ କେ ରାମୁ,କେ ମନୋଜ, ଭି ଆଦିତ୍ୟ,କୁନା ସେନାପତି ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.