ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ-୨୦୨୪

add-all

ଛତ୍ରପୁର : ଅନ୍ତର୍ଜାତୀୟ ଉପକୂଳ ସଫେଇ (ଆଇସିସି) ଦିବସ ଅବସରରେ ଭାରତୀୟ ତଟରକ୍ଷୀ କେନ୍ଦ୍ର ଗୋପାଳପୁର ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଗୋପାଳପୁର ବନ୍ଦରର ମିଳିତ ଆନୁକୂଲ୍ୟରେ ବାଟେଶ୍ୱର ବେଳାଭୂମିରେ ସମୁଦ୍ର କୂଳ ଓ ଉପକୂଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରୟାସ, ଯେଉଁଥିରେ ସମଗ୍ର ବିଶ୍ୱର ୧୨ ନିୟୁତରୁ ଅଧିକ ଲୋକ ଏକାଠି ହୋଇ ଏକ ଉତ୍ତମ ଏବଂ ସୁସ୍ଥ ପରିବେଶ ପାଇଁ ସମୁଦ୍ର ଏବଂ ବେଳାଭୂମିକୁ ସଫା କରିବା ପାଇଁ ଅଂଶଗ୍ରହଣ କରନ୍ତି । ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ଦିନ ସାରା ବିଶ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।

ଭାରତୀୟ ତଟରକ୍ଷୀ ବାହିନୀ ପ୍ରତିବର୍ଷ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ଏଜେନ୍ସି, କର୍ପୋରେଟ୍ ସେକ୍ଟର ଏବଂ ବେସରକାରୀ ସଂଗଠନ (ଏନଜିଓ)ର ସହଯୋଗରେ ଅନ୍ତର୍ଜାତୀୟ ଉପକୂଳ ସଫେଇ (ଆଇସିସି) ଦିବସ ପାଳନ କରିଥାଏ। ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ମେଜର ଜେନେରାଲ ଈଶ୍ୱର ସିଂହ ପଞ୍ଜରଥ, ସେନା ମେଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଳାଭୂମିକୁ ପରିଷ୍କାର ରଖିବା ଉପରେ ଆଲୋକପାତ କରିଥିଲେ। ତଟରକ୍ଷୀ ବାହିନୀ ର କର୍ମଚାରୀ ଏବଂ ସେମାନଙ୍କ ପରିବାର, ଶିକ୍ଷାନୁଷ୍ଠାନ, ଏନଏସଏସ, ଏନସିସି କ୍ୟାଡେଟମାନଙ୍କୁ ମିଶାଇ ୫୦୦ରୁ ଅଧିକ ଉତ୍ସାହୀ ସ୍ୱେଚ୍ଛାସେବୀ ଏହି ଉପକୂଳ ସଫେଇ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସେମାନେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମେତ ପ୍ରାୟ ୪୫୦ କେଜି ଆବର୍ଜନା ସଂଗ୍ରହ କରିଥିଲେ ଏବଂ “ସ୍ୱଚ୍ଛ ଉପକୂଳ, ସୁରକ୍ଷିତ ସମୁଦ୍ର” ଏବଂ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ସମୁଦ୍ରର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ସ୍ବଚ୍ଛତାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସାଧୁବାଦ୍ ଯାଇଥିଲେ ।

ad-week
Leave A Reply

Your email address will not be published.