କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଙ୍ଘ ପକ୍ଷରୁ ସହାୟତା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ନିଷ୍ପତ୍ତି ପ୍ରକାରେ ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କ ମୃତ ବାପା ସ୍ଵର୍ଗତ ବସନ୍ତ କୁମାର ସାହାଣୀ ଜେଲ୍ ଜେମାଦାର ଚାକିରିରୁ ଅବସରପ୍ରାପ୍ତ ପରେ ଶାରୀରିକ ସମସ୍ୟା ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ହୋଇଥିବାରୁ ଆଜି ତାଙ୍କର ଦଶାହ କାର୍ଯ୍ୟ ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମ ପଡିଆ ବେରେନାଠାରେ ଥିବା ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଉପସଭାପତି ତଥା ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ହୋମଗାର୍ଡ ସଂଘ ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ବରିଷ୍ଠ ସାମ୍ବାଦିକ ଖିରଦ କୁମାର ସାହାଣୀ, ଜୟନ୍ତୀ ଚୈଧୁରୀ ସାଫରିନ ଖାନ୍, ଏବଂ ସଦର ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ପ୍ରତାପ କୁମାର ସାହାଣୀ, ଉପେନ୍ଦ୍ର ଭଞ୍ଜ,ସ୍ବାଧିନ କୁମାର ଦିଗାଲ,ଜୁଆନ ଦିଗାଲ,ସରତ କୁମାର ସାହାଣୀ,ଏବଂ ଅନ୍ୟ ହୋମଗାର୍ଡ କର୍ମଚାରୀ ମାନେ ଉପସ୍ଥିତ ରହି ମୃତକଙ୍କ ପରିବାର ସଦସ୍ୟଙ୍କୁ ସ୍ବାନ୍ତନା ‌ଦେବା ସହିତ ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ। ଏପରି ସହାନୁଭୂତି କାର୍ଯ୍ୟକ୍ରମ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ହୋମଗାର୍ଡ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସେବାକାର୍ଯ୍ୟ ଭାବେ ଲାଗୁ ରଖିବା ପାଇଁ ସଂଘଠନ ତରଫରୁ ନିଷ୍ପତ୍ତି ନିଆଯାଇଥିବା ସଂଘ କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.