ଓଡିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

add-all

ଫୁଲବାଣୀ: ଫୁଲବାଣୀର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ୩୭ ତମ ପ୍ରତିଷ୍ଠା ଦିବସ ହୋଇଥିଲା। ଏହି ଅବସରରେ ବନାନୀର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍ ଭାବେ ଅବସରପ୍ରାପ୍ତ କାମାଣ୍ଡାଣ୍ଟ, ବରିଷ୍ଠ କଳାକାର ନବୀନ କିଶୋର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ନିର୍ଦ୍ଦେଶକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ , କଳାକାର ତ‌ଥା ବୁଦ୍ଧିଜୀବୀ ନବକିଶୋର ରଥ, ବରିଷ୍ଠ ଆଇନଜୀବା ତଥା ଡ୍ରାମା କଳାକାର ରବୀନ ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି
ଅବସରରେ ଦର୍ଶକ ମଞ୍ଚ ମୁଁହା ହେବେ କିପରି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ସୁନାଲ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର, ନିର୍ଦ୍ଦେଶକ , ବୁଦ୍ଧିଜିବୀ ପ୍ରଭାତ ଦାଶ, କଳାକାର ସୁର ପ୍ରସାଦ
ନାଯକ, ପ୍ରସନ୍ନ ପଣ୍ଡା, ଯୁଷ୍ଠିର ମହାନ୍ତି, ପ୍ରମୁଖ ଯୋଗ ଦେଇ ନାଟକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ୍ ମଧ୍ୟରେ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ସାମ୍ବାଦିକ ତଥା ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଶିବ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ l ବନାନୀର ସହ ସମ୍ପାଦକ ତଥା ସାମ୍ବାଦିକ କ୍ଷିତାଶ ମଲିକ, ସଂଗଠନ ସମ୍ପାଦକ ଅଶୋକ ପରିଡା, ଉପସଭାପତି ପ୍ରଭାତ ଦାଶ ଶିବରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.