
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ପୋକସୋ ଆକ୍ଟ , ଏସିଡ୍ ଆକ୍ରମଣ ଏବଂ ପୀଡ଼ିତା କ୍ଷତିପୂରଣ ଯୋଜନା ବିଷୟରେ ଏକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।
ଉକ୍ତ ସଚେତନତା ଶିବିରରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର, ଶଲ୍ୟ ଚିକିତ୍ସକ, ଡ଼ାକ୍ତର ଶ୍ରୀ ସି.ଏଚ. ନାରାୟଣ ସୁବୁଦ୍ଧି, ଡି.ଏସ.ପି. ଫୁଲବାଣୀ ଶ୍ରୀ ସୁବ୍ରତ ବେହେରା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଆଇନଜୀବୀ ତୁଷାରକାନ୍ତ ନାୟକ, ପବ୍ଲିକ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ଏହି ସଚେତନତା ଶିବିରରେକର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ, ୨୦୧୩ (ପୋ କ୍ସ ଆକ୍ଟ), ପୋକସୋ ଆକ୍ଟ , ଏସିଡ୍ ଆକ୍ରମଣ ଓ ଏହାର ପରବର୍ତ୍ତୀ ଚିକିତ୍ସା, ଏସିଡ୍ ଆକ୍ରମଣ ପାଇଁ ରହିଥିବା ଆଇନ ଓ ଦଣ୍ଡ ବିଧାନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ପ୍ରଦାନ କରାଯାଉଥିବା ପୀଡ଼ିତା କ୍ଷତିପୂରଣ ଯୋଜନା ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲା । ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ବେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ।