ଆଲୋଚନା ପାଇଁ ନର୍ସିଂ ଅଧିକାରୀଙ୍କୁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ

add-all

ଭୁବନେଶ୍ବର : ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ନର୍ସିଂ କର୍ମଚାରୀମାନେ ଅହୋରାତ୍ର ଧାରଣ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀ ମହାଲିଙ୍ଗ ରାଜ୍ୟ ଅତିଥି ଭବନରେ ଆଲୋଚନା ପାଇଁ ଡାକିଛନ୍ତି।
ସୂଚନାଯୋଗ୍ୟ, ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ନର୍ସ ମିଳୁନାହାନ୍ତି। ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ମଧ୍ୟ ନର୍ସିଂ କର୍ମଚାରୀ ଜରୁରୀକାଳୀନ ସେବା ଯୋଗାଉଥିଲେ। ହେଲେ ସରକାର ଦାବି ନ ଶୁଣିବାରୁ ଶୁକ୍ରବାରଠୁ ନର୍ସିଂ କର୍ମଚାରୀସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏବେ ନର୍ସିଂ କର୍ମଚାରୀ ସିରିଞ୍ଜ୍ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି।
୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।
ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରମାନଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.