ଗଞ୍ଜେଇ ଚାଲାଣକରି ୬ଯୁବକ ଗିରଫ, ୨ନାବାଳକ ଅଟକ

add-all

ମାଲକାନଗିରି : ମାଲକାନଗିରି ଚୋରା ଗଞ୍ଜେଇ ଚାଲାଣ ସମୟରେ ସୁକମା ପୁଲିସ ୬ଜଣ ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଗିରଫ କରିଥିବା ଜଣାପଡିଛି l ସୂଚନା ଅନୁଯାଇ ମାଲକାନଗିରି ରୁ ଗଞ୍ଜେଇ ନେଇ ମାଲକାନଗିରିର ତିନି ଯୁବକ ଏବଂ ଦିଲ୍ଲୀର ତିନିଜଣ ଯୁବକ ହାଇଦ୍ରାବାଦ ଯାଉଥିବା ବସ ରେ ଗଞ୍ଜେଇ ଚାଲାଣ କରିବା ବେଳେ ଶନିବାର ଦିନ ଛତିଶଗଡର ସୁକମା ଜିଲ୍ଲା କୋଣ୍ଟା ଥାନା ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ମାଲକାନଗିରି ରୁ ହାଇଦ୍ରାବାଦ ଯାଉଥିବା ବସକୁ ଅଟକାଇ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ 6ଜଣ ଯୁବକ ଏବଂ ଦୁଇ ନାବାଳକ ବ୍ୟାଗରୁ ଗଞ୍ଜେଇ ମିଳିଥିଲା ପରେ ସମସ୍ତଙ୍କୁ ଥାନା କୁ ନେଇ ପଚାରା ଉଚାରା କରିବା ପରେ ସେମାନଙ୍କୁ ଗିରଫ କରିଥିଲା ପୁଲିସ l ଗଞ୍ଜେଇ ଚାଲାଣକରି ଗିରଫ ଯୁବକ ମଧ୍ୟରେ ମାଲକାନଗିରି ତିନିଜଣ ଯୁବକ ଭାବେନ ମଣ୍ଡଳ(୨୧)ବର୍ଷ, ଗୋବିନ୍ଦ ବାଛାଡ଼(୨୦),ଚିଣ୍ଟୁ ମାଢି(୧୮)ବର୍ଷ ଏବଂ ରୁତିକ ମଲ୍ଲହୋତ୍ରା(୨୧)ବର୍ଷ, ଅବିନାଶ କୁମାର(୧୯)ବର୍ଷ,ସାଗର (୧୯)ବର୍ଷ ଦିଲ୍ଲୀର ବାସିନ୍ଦା ହୋଇଥିବା ଜଣାପଡିଛି l ସୁକମା ଜିଲ୍ଲାର କୋଣ୍ଟା ପୁଲିସ 6ଜଣକୁ ଗିରଫ କରିବା ସହ ଦୁଇ ନାବାଳକକୁ ଅଟକ ରଖି ପଚାରାଉଚାରା କରୁଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.