କାର୍ଯ୍ୟରେ ଅବହେଳା ପାଇଁ ASI ସମେତ ୨ପୁଲିସ ନିଲମ୍ବିତ; ୩ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର

add-all

ଫୁଲବାଣୀ :କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। କନ୍ଧମାଳ ଅତିରିକ୍ତ ଏସପି ବଳଭଦ୍ର ଦୀପ ଏହି ସୂଚନା ଦେଇଛନ୍ତି।

କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୫ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଂ ଏବଂ ଗାଡ଼ି ଯାଞ୍ଚ ବେଳେ କାର୍ଯ୍ୟରେ ଅବହେଳା କରିଥିବା ସେମାନଙ୍କୁ ବିରୋଧରେ ଅଭିଯୋଗ ଆସିଥିଲା। କନ୍ଧମାଳ ଏସପି ଘଟଣାର ତଦନ୍ତ କରି ଏହି ୫ଜଣ କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.