୪ ଦିନରେ ଝାଡ଼ାବାନ୍ତିରେ ଗଲାଣି ୯ ଜୀବନ

add-all

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ।  ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ।

ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଗାଁରେ ଝାଡ଼ାବାନ୍ତି ଥମିବାର ନା ନେଉନାହିଁ। ପୂର୍ବରୁ ଏହି ଗାଁ ଗୁଡିକରେ ଝାଡ଼ାବାନ୍ତିରେ  ଅନେକ ଲୋକଙ୍କର ଜୀବନ ଯାଇଛି। ତେବେ ଏହି ୪ଦିନରେ ୯  ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। 

ଗାଁ ଗୁଡ଼ିକରେ ମେଡିକାଲ ଟିମ୍ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି।  ଆଶାକର୍ମୀ ମଧ୍ୟ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି। ଏଥିସହ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି, ତାର କାରଣ ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.