ନବୀନଙ୍କ ୨୪ ବର୍ଷର ହିସାବ ମାଗିଲା ବିଜେପି

add-all

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଆଜି ଏପରି କହିଛନ୍ତି ଶ୍ରୀ ସାମଲ୍‌।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାମଲ୍‌ କହିଛନ୍ତି, ବନୀନ କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି? ତାହାର ହିସାବ ଦିଅନ୍ତୁ। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଛି। ଯଦି ନବୀନ ଏହାକୁ ମିଛ କହୁଛନ୍ତି, ତା’ହେଲେ ସ’ତ କଣ କୁହନ୍ତୁ। ସୁଭଦ୍ରା, ଧାନର ଏମ୍‌ଏସ୍‌ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ପାଳିଛୁ। ୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ମନମୋହନ ସାମଲ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଛନ୍ତି। ବିଜେଡି ଖାଲି ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

ad-week
Leave A Reply

Your email address will not be published.