ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ

add-all

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ ଏବଂ ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଚଳାଇଥିବାବେଳେ ଏଥିରେ ସାମିଲ ହୋଇଛି ଇରାନ। ମଙ୍ଗଳବାର ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ପରେ ପରିସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ଏହି ପରିପ୍ରେକ୍ଷୀରେ ରୁଷ ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ନେଇ ଆରବ ଦେଶଗୁଡ଼ିକ ସହିତ ବୁଧବାର ଜରୁରୀ ବୈଠକ କରିଛି।

ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆରବ ଦେଶର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟ ସ୍ଥିତି ନେଇ ଆରବ ଦେଶଗୁଡ଼ିକ ରୁଷ ସହିତ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଏହା ପରେ ରୁଷ ଉକ୍ତ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.