ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗ୍ରାମସଭା ବୈଠକ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଗାନ୍ଧୀ ଜ୍ୟନ୍ତି ପାଳନ ହୋଇଯାଇଛି ! ଏହି ଶୁଭ ମହୁରତରେ ଆଜି ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁଲୁ ପରିଚାଳନା କରିଥିବା ବେଳେ ଇଓ ଆଲ୍ଡରିଁ ଡୁଙ୍ଗଡୁଙ୍ଗ ଓ ସମିତି ସଭ୍ୟା ବେର୍ତିଲା ଟେଟେ ଓ ୱାଦମେମ୍ବର ମାନେ ଉପସ୍ଥିତ ରହିଥିଲେ ! ଏବଂ ରାଏବଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ମହିଳା ଓ ପୁରୁଷ ମାନେ ଏହି ବୈଠକରେ ଯୋଗଦେଇ ନିଜ ନିଜ ଗ୍ରାମ ଗୁଡ଼ିକର ରାସ୍ତା ମରାମତି, ନୂତନ ରାସ୍ତା ନିର୍ମାଣ, ପିବା ପାଇଁ ପାଣି ସମସ୍ୟା, ଅନ୍ଧାରରେ ଯାତାୟାତ କରିବା ପାଇଁ ସୋଲାର ଲାଇଟ୍ ବ୍ୟବସ୍ଥା, ସାପ୍ତାହିକ ହାଟରେ ପିଇବା ପାଣି ସମସ୍ୟା, ଉଠା ବେପାରୀଙ୍କ ପାଇଁ ହାଟରେ ଛାତ ବ୍ୟବସ୍ଥା, ଗ୍ରାମକୁ ଯୋଡିବା ପାଇଁ ନୂତନ କଳ୍ଭଟ ସୁବିଧା ଓ ଅତି ଜରୁରୀ ଲୋକଙ୍କୁ ପକ୍କା ଘର ନିର୍ମାଣ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା !

ad-week
Leave A Reply

Your email address will not be published.