ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

add-all

ଉମରକୋଟ / ରାଇଘର : ଏହି ପୃଥିବି ପୃଷ୍ଠରେ ଗୁରୁହି ଏକ ମାତ୍ର ସଠିକ ପଥ ପ୍ରଦର୍ଶକ ହୋଇ ପଥ ଦେଖାନ୍ତି। ଗୁରୁ ସନ୍ତୁଷ୍ଟ ହୋଇ ଯାହାକୁ କୃପା କରନ୍ତି ସେ ଅନାୟାସେ ଭଵସିନ୍ଧୁ ପାର ହୋଇ ଯାଏ। ଏହି ପରି ଜଣେ ଗୁରୁ କୁମଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ହାଲଦାର | କୋରାପୁଟ ଡିଏଭି କଲେଜରୁ ୧୯୮୫ ମସିୟାରେ ସ୍ନାତକ ଡିଗ୍ରୀ ହାସଲ କରି ପ୍ରଥମେ ହେଲଥ ୱର୍କର ଭାବେ ମନୋନୀତ ହୋଇ ନିଜର ଜୀବିକା ସଂସ୍ଥାନ ବାଛି ନେଇଥିଲେ। କିନ୍ତୁ ଅନଡିଭାଇଡେଡ଼ କୋରାପୁଟ ଜ଼ିଲ୍ଲାର ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାକୁ କେମିତି ଉନ୍ନତ କରି ଶିକ୍ଷାର ଆଲୋକ ସେମାନଙ୍କ ଓ ପ୍ରତି ଘରେ ଘରେ ଦେଇ ହେବ ତାହା ସବୁବେଳେ ତାଙ୍କର ମୁଣ୍ଡରେ ଘୁରି ବୁଲିଲା। ହେଲର୍ଥ ୱାର୍କର ଚାକରି ଛାଡ଼ି ୦୧/୦୨/୧୯୮୮ ମସିୟାରେ ମାଲଖାନଗିରି ବାଲିମେଳା ଏମ ଭି ୫୨ ଗ୍ରାମରେ ଶିକ୍ଷକ ଭାବେ ଯୋଗଦାନ କରି ସମାଜରୁ ଅଶିକ୍ଷିତ ହାର ହ୍ରାସ କରିବାକୁ ମନ ନିବେଶ କରିଥିଲେ।ମାଲକାନଗିରିରୁ ଟ୍ରାନ୍ସଫର ହୋଇ ଝରୀଗାଁ ବ୍ଲକର କେନ୍ଦୁଗୁଡ଼ା ସ୍କୁଲରେ ତିନି ବର୍ଷ ଶିକ୍ଷାଗତ କରି ନିଜ ଗ୍ରାମ କୁମଲି ଡି ଏନ କେ, କୁମଲି ଆଦିବାସୀ, କୁମଲି ଲାଲପାରା, ମୁଣ୍ଡିବେଡ଼ା ପଞ୍ଚାୟତର ବିଜାଡିହି ଓ ଅନ୍ତିମରେ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ନଭେମ୍ବର ୨୬/୨୦୨୧ ମସିହାରେ ହେଡମାଷ୍ଟର ଦାୟିତ୍ୱରେ ଥାଇ ନିଜର ଦୈନନ୍ଦିନ ଜୀବିକା ସହ ଛାତ୍ର ଛାତ୍ରୀଙ୍କୁ ପାଠ ପଡ଼ା ଯେପରି ଉନ୍ନତମାନର ହୋଇ ପାରିବ ସେଥିପ୍ରତି କର୍ତ୍ତବ୍ୟ ନିଷ୍ଠ ଥିଲେ।

ସଠିକ ସମୟରେ ସ୍କୁଲ ଯିବା ଓ ସ୍କୁଲର ସମସ୍ତ ଶିକ୍ଷକ ଭାଇମାନେ ମଧ୍ୟ ସଠିକ ସମୟରେ ସ୍କୁଲକୁ ଆସି ଛାତ୍ର ଛାତ୍ରୀଙ୍କୁ ପ୍ରତି ମଧୁର ସମ୍ଭାସନ କରି ପାଠ ପଡ଼ାଇବା ଯତ୍ନ ନେବା ସବୁବେଳେ ଉପଦେଶ ଦେଉଥିଲେ। ନାରାୟଣ ଜଣେ ମିଷ୍ଟଭାଷୀ, ମିଳାପି, ସତପ୍ରକିତି ଓ ନିଷ୍ଠାବାନ ବ୍ୟକ୍ତି ଥିଲେ। ଆଜିର ଅବସର କାଳୀନ ଉତ୍ସବରେ ଭାବ ବିହ୍ବଳ ହୋଇ ନିଜକୁ ସଂଯତ ରଖି ନ ପାରି କୁନି କୁନି ପିଲାମାନଙ୍କ ପରି କାନ୍ଦି ପକାଇଥିଲେ |

କହିଥିଲେ, ଆପଣମାନେ ମୋର କୁନି କୁନି ଛାତ୍ର ଛାତ୍ରୀ ପ୍ରତି ଯତ୍ନବାନ ହୋଇ ଲକ୍ଷ ରଖି ପାଠର ଜ୍ଞାନ ଦାନ କରିବେ। ଏହି ଜାମଦୋରା ବିଧ୍ୟାଳୟର ସମୁଦାୟ ୬ ଜଣ ଶିକ୍ଷକ, ଏସଏନସି ସ୍କୁଲ କମିଟିର ସଭାପତି ଶ୍ରୀ ସୁଖମନ ଗଣ୍ଡ,କୁମଲି ପଞ୍ଚାୟତର ଛି ଆର ଛି ଶ୍ରୀ ବିଚିତ୍ରା ପଣ୍ଡା, ମୁଣ୍ଡିବେଡ଼ା ପଞ୍ଚାୟତର ଛି ଆର ଛି ଶ୍ରୀ ରଞ୍ଜିତ କୁମାର ବୈରାଗୀ, ପାରୁଆ ପଞ୍ଚାୟତ ସିଆରସି ଶ୍ରୀ ବିଷ୍ଣୁପଦ ଵାଲା, ସ୍କୁଲର ବେଷ୍ଟ ଶିକ୍ଷକ ପୂର୍ଣ୍ଣମନି ହେୟାଲ ସହ ଗ୍ରାମର ପ୍ରମୁଖ ବିଶିଷ୍ଟ ବିଶିଷ୍ଟ ଜ୍ଞାନୀ ଗୁଣି ଆଜିର ଏହି ଅବସର କାଳୀନ ବିଦାୟ ଉତ୍ସବରେ ଯୋଗଦାନ କରି ନିଜ ନିଜର ଅଭିଭାଷନରେ ଆମ୍ବେ ମାନେ ଜଣେ ଅମୁଲ୍ୟ ସମ୍ପଦ ଆମ ଜାମଦୋରା ସ୍କୁଲରୁ ହରାଇଲି ଏବଂ ସମୟ ମିଳିଲେ ଆପଣ ପୁଣି ଆମ ସ୍କୁଲରେ ଆସି ଛାତ୍ର ଛାତ୍ରୀଙ୍କୁ ପାଠର ଜ୍ଞାନ ଦାନ କରିବେ କହି ଭାବ ବିହ୍ବଳ ହୋଇଥିଲେ | ୩୬ ବର୍ଷ ୮ ମାସ ଶିକ୍ଷକତା ଭିତରେ ମୋ ପାଇଁ କେହି ଯଦି ଦୁଃଖ ପାଇଥାଏ ତାହା ହେଲେ ମୋତେ କ୍ଷମା କରିବେ କହି ହାତ ଯୋଡ଼ି ଶ୍ରୀ ନାରାୟଣ ଚନ୍ଦ୍ର ହାଲଦାର ଅବସର କାଳୀନ ହେଡମାଷ୍ଟର ବିନୀତ ପ୍ରାର୍ଥନା କରିବେ ପରେ ଉତ୍ସବଟିର ପରି ସମାପ୍ତି ହୋଇଥିଲା।

ad-week
Leave A Reply

Your email address will not be published.