ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

add-all

ଛତ୍ରପୁର, : ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଗୁରୁବାର ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଦିଆଯିବା, ଅବସର ଆଶା କର୍ମୀ ଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାସିକ ପେନସନ ୫ ହଜାର ଟଙ୍କା ପ୍ରଦାନ କରାଯିବା, ସବୁ ପିଏଚସି /ସି ଏଚ ସି ରେ ଆଶା ଗୃହ ନିର୍ମାଣ କରାଯିବା ଲାଗି ଏହି ଦାବି ପତ୍ର ମାଧ୍ୟମରେ ସେମାନେ ଦାବି କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଵି. ଲଳିତା ଦୋରା, ଜିଲ୍ଲା ସମ୍ପାଦିକା ବବିତା ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ସସ୍ମିତା ପାଢ଼ୀ, ଛତ୍ରପୁର ବ୍ଲକ ସଭାନେତ୍ରୀ ସୁଜାତା ପାତ୍ର, ରଙ୍ଗେଈଲୁଣ୍ଡା ବ୍ଲକ ସଭାନେତ୍ରୀ ମମତା ମହାନ୍ତି, ସମ୍ପାଦିକା ଲକ୍ଷ୍ମୀପ୍ରିୟା ପାତ୍ର, ଖଲ୍ଲିକୋଟ ବ୍ଲକ ସମ୍ପାଦିକା ସନ୍ତୋଷିନୀ ମହାପାତ୍ର, ପୁରୁଷୋତ୍ତମପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ବହୁ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.