ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶୁଭେନ୍ଦୁ କୁମାର ପାତ୍ର

add-all

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲ୍ଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର। ୨୦୧୯ ବ୍ୟାଚର ଯୁବ ଆଇପିଏସ ଅଫିସର ଆଜି ଯୋଗ ଦେବା ପରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପୂର୍ବରୁ ସେ କନ୍ଧମାଳରେ ଏସପି ଭାବେ ନିଜ ଦାୟୀତ୍ୱ ସଠିକ ଭାବେ ତୁଲାଇଥିଲେ। ଦାୟିତ୍ୱ ଗ୍ରହଣ କଲା ପରେ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି, ଗଞ୍ଜାମ ଜିଲ୍ଲା ଏକ ଧାର୍ମିକ କ୍ଷେତ୍ର। ଏଠାରେ ସେବା କରିବାର ସୁଯୋଗ ମିଳିଥିବାରୁ ଓଡିଶା ସରକାର ଓ ପୋଲିସ ବିଭାଗ ଙ୍କୁ ଧନ୍ୟବାଦ, ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳା କିପରି ଶେଷ ହେବ ସେ ଦିଗରେ ଆମେ କାମ କରିବୁ । ଗଞ୍ଜାମରେ ଅପରାଧି ସମସ୍ୟାକୁ ସେ ଦକ୍ଷତାର ସହିତ ମୁକାବିଲା କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଅଧିକ ଧ୍ୟାନ ଦିଆଯିବ। ଅପରାଧ ମୁକ୍ତ ଗଞ୍ଜାମ ସମେତ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବା ସହ ଶାନ୍ତି ଶୃଙ୍ଖଳା ଉପରେ ଅଧିକରୁ ଅଧିକ ଫୋକସ ରହିବ। ସୂଚନା ଯୋଗ୍ୟ ଯେ- ପୂର୍ବରୁ ଗଞ୍ଜାମ ପୁଲିସ ଜିଲ୍ଲା ରେ ଥିବା ଏସପି ଜଗମୋହନ ମିନା କଟକ ଡିସିପି ଭାବେ ବଦଳି ହୋଇଛି । ସେ ଗଞ୍ଜାମ ପୁଲିସ ଜିଲ୍ଲାରେ ୮ ଜାନୁଆରୀ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୪ ପ୍ରଯ୍ୟନ୍ତ ଏସପି ଭାବେ ଦାୟିତ୍ୱ ସମ୍ପାଦାନ କରିଥିଲେ।

ad-week
Leave A Reply

Your email address will not be published.