୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

add-all

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ୬ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି।
ସୂଚନା ଅନୁସାରେ ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର ଦୈନିକ ଚାଷୀ ତାଙ୍କ ଜମିରେ ନରେଗା ଯୋଜନାରେ ଏକ ଫାର୍ମ ପଣ୍ଡ ଖୋଲିଥିଲେ। ଏହାର ବିଲ କରିବା ପାଇଁ ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ପାଖକୁ ବାରମ୍ବାର ଦୌଡିଥିଲେ। ହେଲେ ସେ ଟଙ୍କା ନ ଦେଲେ ବିଲ କରାଯିବ ନାଙିଁ ବୋଲି କହି ତାଙ୍କର ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

କିଛି ଦିନ ପୂର୍ବରୁ ଚାଷୀ ଜଣକ ୧୫ ହଜାର ଦେଇଥିବା ବେଳେ ଶୁକ୍ରବାର ୭ ହଜାର ଟଙ୍କା ନେଇ ଯାଇଥିଲେ। ଉକ୍ତ ଟଙ୍କା ଦେବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ। ତାଙ୍କ ଅଫିସରେ କାଗଜପତ୍ର ଯାଞ୍ଚ କରିବା ସହ କାଗଜପତ୍ର ନେଇ ତାଙ୍କୁ ବଲାଙ୍ଗିର ନେଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.