ମା’ ରାମଚଣ୍ଡୀ ପୀଠରେ ଖୋଲିବ ବେଦ ବିଦ୍ୟାଳୟ

add-all

ଛତ୍ରପୁର : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପର୍ବତରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା। ଏହି ଅବସରରେ ପ୍ରତିଦିନ ଭକ୍ତଙ୍କର ସୁଅ ଛୁଟୁଛି। ସେହିଭଳି ଭାବେ ଡ଼ି. ଆଇ.ଇ.ଟି, ଖଲିକୋଟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା ମାଁ ରାମଚଣ୍ଡୀଙ୍କ ମନ୍ଦିର କୁ ଆସି ମା’ ଙ୍କ ଦର୍ଶନ କରିଥିଲେ l ତା’ ପରେ କନିସି ଅଞ୍ଚଳରୁ ଆସିଥିବା ନବଜୀବନ ବେଦ ବିଦ୍ୟାଳୟର ବେଦ ବିଦ୍ୟାର୍ଥୀମାନଙ୍କ ବେଦମନ୍ତ୍ରରେ ବିମୋହିତ ହୋଇ ମନ୍ଦିର ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର୍ ତ୍ରିପାଠୀ ଓ ସହ ସଂଯୋଜକ ଶ୍ରୀ ତୁଷାର ଶତପଥୀଙ୍କ ସହିତ ମନ୍ଦିରରେ କେମିତି ପ୍ରତ୍ୟେକ ଦିନ ବେଦପାଠ କରାଯାଉଛି ତାହା ବିଷୟରେ ପଚାରି ବୁଝିଥିଲେ ଓ ଭବିଷ୍ୟତରେ ମାଁ ରାମଚଣ୍ଡୀ ଙ୍କ ପୀଠରେ ଏକ ବେଦ ପାଠଶାଳା ଖୋଲିବା ପାଇଁ ମନ୍ଦିର ଟ୍ରଷ୍ଟି ସୁଧାକର ପଣ୍ଡା, କାଶୀନାଥ ବ୍ରହ୍ମା ଓ ଲକ୍ଷ୍ମୀନୃସିଂହ ପଣ୍ଡା ଓ ସଂଯୋଜକ କମଳ ପଣ୍ଡାଙ୍କ ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଏହି ବିଷୟକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣି କେମିତି ଅତିଶୀଘ୍ର କାର୍ଯ୍ୟକାରି କରାଯିବ, ତାହାର ପ୍ରୟାସ ସେ ନିଶ୍ଚୟ କରିବେ ବୋଲି କଥା ଦେଇଥିଲେ l ଶେଷରେ ମନ୍ଦିର ପୂଜା କମିଟିର ସ୍ୱତନ୍ତ୍ର ବ୍ୟବସ୍ଥାକୁ ପ୍ରଶଂସା କରିବା ସହିତ ସମସ୍ତ କମିଟି ଓ ଟ୍ରଷ୍ଟ ସଦସ୍ୟକୁ ଧନ୍ୟବାଦ ଦେଇଥିଲେ l

ad-week
Leave A Reply

Your email address will not be published.