ତିର୍ତ୍ତୋଲ ବ୍ଲକ୍‌ ସହକାରୀ ଯନ୍ତ୍ରୀ ନିଲମ୍ବିତ

add-all

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀଙ୍କୁ ନିଲମ୍ବନ କରାଯାଇଛି। ଗୋପାଳପୁର ପଞ୍ଚାୟତରେ ହୋଇଥିବା ଏକ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାସ୍ କରିଦେବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀ ୧୦% ପିସି ମାଗିବାର ଅଡିଓ ଭାଇରାଲ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି।

ନିଲମ୍ବନ ଅବଧି ମଧ୍ୟରେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ପିଡି ଡିଆରଡିଏଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ।

ad-week
Leave A Reply

Your email address will not be published.