ଦୁର୍ଗାପୂଜା ବିସର୍ଜନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ପରିସରରେ ଆଜି ଦୁର୍ଗା ପୂଜା ଉପଲକ୍ଷେ ବିସର୍ଜନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ତତତ୍ଵାବଧାନରେ ଆୟୋଜିତ ହୋଇଥିଲା | ରାଏବଗା ଅଞ୍ଚଳର ବୁଦ୍ଧିଜୀବୀ ଭଦ୍ରବ୍ୟକ୍ତିମାନେ ଏହି ବୈଠକରେ ଯୋଗଦେଇ ଥିଲେ | ସବୁ ବର୍ଷ ଶାନ୍ତି ଶୃଂଖଳା ଓ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଇଥାଏ | ଏବର୍ଷ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ କିପରି ଶାନ୍ତି ଶୃଂଖଳା ବଜାଏ ରଖିବା ଓ ପାଳନ କରାଯିବ ଏହାକୁ ନେଇ ଆଲୋଚନା ହୋଇଥିଲା | ଉକ୍ତ ବୈଠକରେ ନେଶାର ଆଲମ, ସୁହେଲ ଆଲମ, ଇର୍ଷାଦ ଆଳମ,ମହମ୍ମଦ ମୋବିନ, ଏମଡି ସାହିଦ ହାସମି ପୁଜା କମିଟି ପକ୍ଷରୁ ବସନ୍ଦ ଗୋପ, ମୋହନା ସାହୁ, ଭୋଲାନାଥ ସାହୁ, ଦଶରଥ ସାହୁ, କଳୁ ୟାଦଭ ଏବଂ ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ, ଏ ଏସ ଆଇ ସୁରେଶ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି ବୈଠକରେ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.