ନାମୀଦାମୀ ବିଶୁଦ୍ଧ ପାଣି କମ୍ପାନୀ ବ୍ୟାରେଲ ପାଣି ଭିତରେ ଜିଅନ୍ତା ପୋକ !

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଭିନ୍ନ ସ୍ଥାନରେ ବିକ୍ରୀୟ ହେଉଛି ଅନେକ ନାମୀଦାମୀ ବ୍ରାଣ୍ଡର ପାନୀୟ ଜଳ ବୋତଲ, ପାଣି ବେରେଲ l ଅନେକ ସମୟରେ ଏହି ବୋତଲ ଥିବା ପାଣିର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏହି କ୍ରମରେ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟଳୟର ପରିସରରେ ଥିବା ଜିଲ୍ଲା ମଙ୍ଗଳ ବିଭାଗ ଅଫିସର ଜଣେ କର୍ମଚାରି ବ୍ୟାରେଲରେ ଜିଅନ୍ତା ପୋକ ପାଣି ବ୍ୟାରେଲରେ ବୁଲୁଥିବା ଦେଖି ସମସ୍ତଙ୍କୁ ଜଣାଇଥିଲେ l ଏହି ଖବର ପାଇ କିଛି ଗଣମାଧ୍ୟମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଉକ୍ତ ପାଣି ବ୍ୟାରେଲ ଭିତର ଥିବା ଜିଅନ୍ତା ପୋକଟିକୁ ଦେଖିପାରିଥିଲେ l ପୋକଟି ବିଶୁଦ୍ଧ ବୋଲାଯାଉଥିବା ନାମୀ ଦାମୀ ପାଣି କମ୍ପାନୀର ପିଇବା ପାଣି ବ୍ୟାରେଲ ଭିତରେ ଘୁରିବୁଲୁଛି l ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ବିଶୁଦ୍ଧ ପାଣି ସାଧାରଣ ଲୋକ ଠାରୁ ସରକାରି କର୍ମଚାରି ଭରସାରେ ଏହି ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ଏହି ବ୍ୟାରେଲ ଭିତର ଜିଅନ୍ତା ପୋକଟିକୁ ଦେଖିବାକୁ ପରେ କେତେ ବିଶୁଦ୍ଧ ତାହା ପ୍ରମାଣିତ ହେଉଛି l ଗଣମାଧ୍ୟମ ପ୍ରତିନିଧିମାନେ ଏହି ପାଣି କମ୍ପାନୀର ମାଲିକଙ୍କୁ ଫୋନରେ ବାରମ୍ବାର ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ ଉଠାଇନ ଥିଲେ l ବିଶୁଦ୍ଧ ପାଣି ବୋଲାଉଥିବା ମାଲ୍ୟବନ୍ତ ଆକ୍ଵା କମ୍ପାନୀର ପାଣି ରେ ଜିଅନ୍ତା ପୋକ ବ୍ୟାରେଲ ଭିତରେ ରହିବା ଏହା କେତେ ପିଇବା ଯୋଗ୍ୟ ତାହା ଜନସାଧାରଣ ଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି l

ad-week
Leave A Reply

Your email address will not be published.