ମାଲକାନଗିରି ଜିଲ୍ଲାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ନୂତନ ଶାଖାର ଉଦଘାଟିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନୂତନ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ଶାଖାର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାଖା ପରିଚାଳକ ଆଶିଷ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରିଜୋନାଲ ଚିଫ ମ୍ୟାନେଜର ରତିକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରିଜୋନାଲ ଅଫିସ ମ୍ୟାନେଜର ଚକ୍ରଧର ଶବର, ଡ଼ମ୍ଭୁରଧର ଦେହୁରୀ ପ୍ରମୂଖ ଯୋଗଦେଇଥିଲେ। ଏହି ଜିଲ୍ଲା ଶାଖାଟି ଜିଲ୍ଲା ସଦରରେ ଥିବା ସିଭମ ପେଟ୍ରୋଲ ପମ୍ପ ନିକଟରେ ଖୋଲା ଯାଇଥିବା ବେଳେ ସମସ୍ତ ବ୍ୟାଙ୍କ ସେବା ଏହି ଶାଖାରେ ଉପଲବ୍ଧ ଥିବା ମୁଖ୍ୟ ଅତିଥି ଶ୍ରୀ ବେହେରା ପ୍ରକାଶ କରିଥିଲେ। ନୂତନ ବ୍ୟାଙ୍କ ଶାଖା ସହ ଏକ ଏଟିଏମ ମଧ୍ୟ ଉଦଘାଟନ ହୋଇଥିବା ବେଳେ ଏହା ଜିଲ୍ଲାବାସୀଙ୍କ ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସହାୟକ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.