ହକି ଇଣ୍ଡିଆ ଲିଗ: ହରମନପ୍ରୀତ ସବୁଠାରୁ ଦାମୀ, ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ ଅମିତ ରୋହିଦାସ

add-all

ହକି ଇଣ୍ଡିଆ ଲିଗ୍‌ର ୨୦୨୪-୨୫ ସଂସ୍କରଣ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା। ପ୍ରାୟ ୧ହଜାରୁ ଅଧିକ ଭାରତୀୟ ଓ ବିଦେଶୀ ହକି ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଯାଏ ହୋଇଥିବା ନିଲାମୀ ପ୍ରକ୍ରିୟା ପରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ ସିଂହ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି।

ପଞ୍ଜାବର ସୋରମାନ ହକି କ୍ଲବ ତାଙ୍କୁ ରେକର୍ଡ ୭୮ ଲକ୍ଷ ଟଙ୍କା ଦେଇ ନିଜ ସହ ସାମିଲ କରିଛି। ସେହପରି ଭାରତୀୟ ଟିମର ଫରୱାର୍ଡ ଅଭିଷେକ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ଶରଚି ରାରହ ବେଙ୍ଗଲ ଟାଇଗର୍ସ ୭୨ ଲକ୍ଷ ଟଙ୍କାରେ କିଣିଛି। ଭାରତୀୟ ହକି ଟିମର ଉପ ଅଧିନାୟକ ହାର୍ଦ୍ଦିକ ସିଂହଙ୍କୁ ୟୁପି ରୁଦ୍ର କିଣିଛି। ସେ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ଅମିତ ରୋହିଦାସ ଏଚଆଇଏଲରେ ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ। ତାଙ୍କୁ ୪୮ ଲକ୍ଷ ଟଙ୍କା ଦେଇ ତାମିଲନାଡୁ ନିଜ ସହ ସାମିଲ କରିଛି। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ଟିମରେ ଅମିତ ରହିଥିଲେ।

ଭାରତୀୟ ଟିମର ପ୍ରମୁଖ ସଦସ୍ୟ ହେଉଛନ୍ତି ଅମିତ। ସେ ଭାରତର ବ୍ୟାକଲାଇନ ଭାବେ ପ୍ରଥମ ରଶର ଭାବେ ଖେଳି ଥାଆନ୍ତି। ପେନାଲ୍ଟି କର୍ଣ୍ଣର ରୋକିବାରେ ପ୍ରଥମ ରଶର ସବୁଠାରୁ ଗୁରୁ ଦାୟିତ୍ୱ ନେଇଥାଆନ୍ତି।

ସୁନ୍ଦରଗଡ଼ର ମୂଳ ବାସିନ୍ଦା ଅମିତ ୨୦୨୦ରେ ଭାରତୀୟ ଟିମ ସହ ମିଶି ଟୋକିଓରେ ମଧ୍ୟ ଅଲିମ୍ପିକ୍ସ ଜିତିଥିଲେ। 

ଆଉ କେଉଁ ଖେଳାଳି କେଉଁ ଦଳକୁ ଯାଇଛନ୍ତି

୧- ଗୁରଜନ୍ତ ସିଂହ- ୧୯ ଲକ୍ଷ- ସୋରମା

୨- ମନଦୀପ ସିଂହ- ୨୫ ଲକ୍ଷ- ଗୋନାସିକା(ରାଞ୍ଚି)

୩- ମନପ୍ରୀତ ସିଂହ – ୪୨ ଲକ୍ଷ- ଗୋନାସିକା

୪- ସୁଖଜିତ ସିଂହ – ୪୨ ଲକ୍ଷ – ବେଙ୍ଗଲ

୫- ନୀଳକଣ୍ଠ- ୩୪ ଲକ୍ଷ – ହାଇଦ୍ରାବାଦ

୬- ସଞ୍ଜୟ – ୩୮ ଲକ୍ଷ – କଳିଙ୍ଗ ଲାନ୍ସର୍ସ

୭- ଲଳିତ ଉପାଧ୍ୟାୟ – ୨୮ ଲକ୍ଷ – ୟୁପି ରୁଦ୍ର

୮- ବିବେକ ସାଗର – ୪୦ ଲକ୍ଷ – ପଞ୍ଜାବ(ସୋରମା)

୯- ସୁମିତ – ୪୬ ଲକ୍ଷ – ହାଇଦ୍ରାବାଦ

୧୦- ଯୁଗରାଜ ସିଂହ – ୪୮ ଲକ୍ଷ – ବେଙ୍ଗଲ

୧୧- କିଷନ- ୩୨ ଲକ୍ଷ – କଳିଙ୍ଗ

୧୨- ଶମଶେର – ୪୨ ଲକ୍ଷ – ଦିଲ୍ଲୀ

୧୩- ଜରମନପ୍ରୀତ – ୩୮ ଲକ୍ଷ – ଦିଲ୍ଲୀ

୧୪- ରାଜ କୁମାର ପାଲ – ୪୦ ଲକ୍ଷ – ଦିଲ୍ଲୀ

୧୫- ଡାଭିଡ ହାର୍ଟେ- ୩୨ ଲକ୍ଷ- ତାମିଲନାଡୁ(ଗୋଲକିପର)

୧୬- ଜିନ ପଲ – ୨୭ ଲକ୍ଷ – ହାଇଦ୍ରାବାଦ (ଗୋଲକିପର)

୧୭- ଓଲିଭର ପେନ- ୧୫ ଲକ୍ଷ- ଗୋନାସିକା( ଗୋଲକିପର)

୧୮- ପିରମିନ ବ୍ଲାକ – ୨୫ ଲକ୍ଷ – ବେଙ୍ଗଲ (ଗୋଲକିପର)

୧୯- ତୋମାସ ସାଣ୍ଟିଆଗୋ- ୧୦ ଲକ୍ଷ – ଦିଲ୍ଲୀ (ଗୋଲକିପର)

୨୦- ଭିନସେଣ୍ଟ ବାନସ୍କଚ – ୨୩ ଲକ୍ଷ – ସୋରମା (ଗୋଲକିପର)

୨୧- ସୁରଜ କାରକେରା – ୨୨ ଲକ୍ଷ – ଗୋନାସିକା

୨୨- ପବନ କୁମାର – ୧୫ ଲକ୍ଷ – ଦିଲ୍ଲୀ

ad-week
Leave A Reply

Your email address will not be published.