ଅନୁଭବଙ୍କ ନାମରେ ନକଲି ଆକାଉଣ୍ଟ, ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୁଲିସ

add-all

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିବା ଭୀଷ୍ମ ମହାନ୍ତକୁ ପୁଲିସ ଗିରଫ କରିଛି। ଆଜି କଟକ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଅନୁଭବ ମହାନ୍ତି କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଭୀଷ୍ମ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଛୋଟ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ। ଅନୁଭବ ମହାନ୍ତିଙ୍କ ନାମ ଓ ଫଟୋ ବ୍ୟବହାର ସହ ଏହାକୁ ଅପବ୍ୟବହାର ମଧ୍ୟ କରୁଥିଲେ। ଫଳରେ ଅନୁଭବଙ୍କ ପ୍ରଶଂସକମାନେ ଏହାର ଶିକାର ହୋଇଥିଲେ।
କେବଳ ଏତିକି ନୁହେଁ ତଦନ୍ତ ସମୟରେ ଅନେକ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ନକଲି ଆକାଉଣ୍ଟ ମଧ୍ୟ ସାଇବର ଥାନା ପୁଲିସ ଠାବ କରିଥିବା ଜଣାପଡ଼ିଛି। ଏପରିକି ମଲ୍ଟି ନେସନାଲ କମ୍ପାନୀର ଲୋଗୋ ବିଜ୍ଞାପନ ନିଜ ହ୍ବାଟ୍ସଆପରେ ଡିପି ରଖି ଅନେକ ଲୋକଙ୍କୁ କରୁଥିଲା ପ୍ରଲୋଭିତ କରିବା ସହିତ ପରବର୍ତ୍ତୀ ସମୟରେ ଉକ୍ତ ଲୋକମାନଙ୍କୁ ଠକିବାରେ ଭୀଷ୍ମ ସଫଳ ହୋଇଥିଲା। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ପରେ ଅଭିଯୁକ୍ତ ଭୀଷ୍ମ କୁ ଗିରଫ କରିଛି। ଗିରଫ ସମୟରେ ସାଇବର ଥାନା ପୁଲିସ ବିଭିନ୍ନ କମ୍ପାନୀର ଓ ସେଲିବ୍ରେଟିଙ୍କ ଫଟୋ ଓ ଏକାଧିକ ମୋବାଇଲ ଜବତ କରିଛି।

ad-week
Leave A Reply

Your email address will not be published.