‘ସାଧାରଣ ବିମାନରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ’

add-all

ଭୁବନେଶ୍ବର : ଗତ ସରକାରରେ ମନ୍ତ୍ରୀ ଓ ବାବୁ ମାନେ ବିମାନରେ ବୁଲୁଥିଲେ ହେଲେ ଏବେକାର ସରକାରରେ ମୁଖ୍ୟମନ୍ତ୍ରୀ ସାଧାରଣ ଭାବେ ଯାତ୍ରା କରୁଛନ୍ତି। ଚାଟାର୍ଡ ଫ୍ଲାଇଟ ବଦଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବିମାନରେ ସାଧାରଣ ଜନତାଙ୍କ ସହ ଯାଉଛନ୍ତି। ଏହା ହିଁ ପରିବର୍ତ୍ତନ ବୋଲି କହି ଗତ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପୂର୍ବ ସରକାରରେ ମନ୍ତ୍ରୀ ଓ ବାବୁମାନେ ବିମାନ ବୁଲାରେ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଏପରିକି ଦଳୀୟ ମିଟିଂ ପାଇଁ ହେଲିକପ୍ଟର ଓ ପ୍ଲେନରେ ଯାଉଥିଲେ।କିନ୍ତୁ ଏବେକାର ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଭାବେ ଚଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ସାଧାରଣ ଲୋକେ ବଞ୍ଚନ୍ତି ସେପରି ମୁଖ୍ୟମନ୍ତ୍ରୀ ଓ ପୁରା ସରକାର ସେମିତି ଚଳୁଛନ୍ତି। ସେପଟେ ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୁଧିର ସାମଲ।

ad-week
Leave A Reply

Your email address will not be published.