ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଫୁଲବାଣୀ ପୌର ପରିଷଦର ଚାଇନା ମାର୍କେଟ, ଦୈନିକ ପରିବା ମାର୍କେଟ ଓ ଏଫସି ଆଇ ଛକରେ ମେଢ ନିର୍ମାଣ କରାଯାଇଛି। ସକାଳୁ ବିଭିନ୍ନ ପୂଜା କମିଟି ପକ୍ଷରୁ କଳସ ଯାତ୍ରା ଆୟୋଜନ କରାଯାଇ ନଦୀରୁ ପବିତ୍ର ଜଳ ଆଣି ମା’ଙ୍କ ଅଭିଷେକ ସହିତ ପୂଜାବିଧ ଆରମ୍ଭ ହୋଇଛି। ଏହି ଗଜଲକ୍ଷ୍ମୀ ପୂଜା ପାଞ୍ଚ ଦିନ ଧରି ଚାଲିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି l ଗଜଲକ୍ଷ୍ମୀ ପୂଜା ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟାଜନ କରାଯାଉଛି ଏବଂ କେତେକ କମିଟି ପକ୍ଷରୁ ସାମୂହିକ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରଥମ ଦିନରୁ ମେଢ ମାନଙ୍କରେ ଦର୍ଶକଙ୍କ ଭିଡ଼ ଦେଖୁବାକୁ ମିଳିଛି। ସେହିପରି ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଗଜଲକ୍ଷ୍ମୀ ମେଢ଼ ହୋଇଛି ଏଥିରେ ଗ୍ରାମର ସମସ୍ତ ପରିବାର ମିଳିତ ଭାବେ ଏହି ପୂଜାକୁ ପାଳନ କରନ୍ତି l ଏଥି ସହିତ ବିଭିନ୍ନ ସାମାଜିକ ନାଟକ ଓ ମେଲୋଡି କାର୍ଯ୍ୟକ୍ରମ କରାଯାଇଥାଏ l

ad-week
Leave A Reply

Your email address will not be published.