ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ର ଶୁଭ ଉନ୍ମୋଚନ

add-all

ମାଲକାନଗିରି : ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ମିଶନର ଲୋଗୋ, ପୋଷ୍ଟର, ଲିଫଲେଟ ଓ ସଙ୍ଗୀତର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଚିତ୍ରକୋଣ୍ଡା ଡ଼ାଇଟ୍ ପ୍ରିନ୍ସିପାଲ, ମମତା କୁମାରୀ ଝଡିଆ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜାତୀୟ ଶିକ୍ଷା ନୀତି ଅଧୀନରେ ଆରମ୍ଭ ହୋଇଥିବା ନିପୁଣ ଓଡିଶା ମିଶନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧରେ ସୂଚନା ପ୍ରଦାନ କରିବ । ଏହି ମିଶନ ଦ୍ଵାରା ଛାତ୍ର ଛାତ୍ରୀ ପ୍ରତିଦିନ ବିଦ୍ୟାଳୟ ଯିବା ପାଇଁ ପ୍ରୋତ୍ସାହିତ ହେବେ। ମାତୃଭାଷା ଭିତ୍ତିକ ଶିକ୍ଷଣକୁ ଗୁରୁତ୍ୱ ଦେବା ଦ୍ବାରା ଶିଶୁଙ୍କର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଜିଲ୍ଲପାଳ ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନ ଓ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.