ସମାଜସେବୀଙ୍କ ଦେହାନ୍ତ

add-all

କନ୍ଧମାଳ : ଫୁଲବାଣୀ ସହରର ସମାଜ ସେବା ଓ ଧର୍ମ ପରାୟଣ ବ୍ୟକ୍ତି ବାବୁଲି ବାଘଙ୍କ ଅକାଳ ବିୟୋଗ ରେ ଜିଲ୍ଲାର ଘୁ ଉଦୟଗିରି , ଟିକାବାଲି, ଫୁଲବାଣୀ ସହରରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାବୁଲି ବାଘ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ବ୍ଲଡ ସହାୟତା ଡାକ୍ତରଖାନା ରେ ସେବା ରେ ସମୟ ବିନିଯୋଗ କରି ସମୟ ବିତାଉ ଥାନ୍ତି । ସେହିଭଳି ଭଲ ମଣିଷଟି ଗତ କାଲି ରାତି ୧୨ ଟା ସମୟରେ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୪୯ ବର୍ଷ ହୋଇ ଥିଲା । ତାଙ୍କର ନିଜ ଘର ଉଦୟଗିରି ବ୍ଲକ୍ ଜବେଡି ଗ୍ରାମରେ ଶେଷ କୃତ ସମ୍ପନ୍ନ ହେବ । ସେ ପ୍ରାୟ ୨୫ ବର୍ଷ ରୁ ଉର୍ଦ୍ଧ କସମ୍ ସଂସ୍ଥା ରେ ଡ୍ରାଇଭର ଭାବରେ କାର୍ଯ୍ୟ କରି ଆସିଛନ୍ତି। ଜିଲ୍ଳାରେ କୋଣ ଅନୁକୋଣ ରେ ପରିଚିତ ବାବୁଲି ବାଘ୍ ଶାନ୍ତ ସରଳ ବ୍ୟକ୍ତି ଥିଲେ। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହରାଇ ଅପୂରଣୀୟ କ୍ଷତି ହୋଇଛି ।

ad-week
Leave A Reply

Your email address will not be published.