ଭଞ୍ଜନଗର ଠାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଉଦଘାଟିତ

add-all

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡିର ଚିଦାନନ୍ଦ ସାହିରେ ନିଜସ୍ୱ ଶାଖା କାର୍ଯ୍ୟାଳୟର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ କୁରେଶ ପ୍ରସାଦ ଦାଶଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି ଅନୁଷ୍ଠାନର ମୁଳ ଲକ୍ଷ ହେଲା ପ୍ରାଥମିକ ପର୍ଯ୍ୟାୟରେ ଅସହାୟକୁ ସାହାଯ୍ଯ କରିବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା, ରକ୍ତଦାନ ଶିବିର ଆୟୋଜନ କରିବା ସହ ନାରୀ ନିର୍ଯ୍ୟାତନା ସମ୍ବନ୍ଧୀୟ ଆଇନ ପରାମର୍ଶ ଦେବା, ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଜରିଆରେ ମହାପୁଋଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକ ସଫେଇ କରିବା, ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଚେଷ୍ଟା କରିବା ଇତ୍ୟାଦି ଆହୁରି ଅନେକ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ କୁ ଆଖି ଆଗରେ ରଖି ଆରମ୍ଭ ହୋଇଛି ଏହି ଅନୁଷ୍ଠାନ l ଏହି ଅନୁଷ୍ଠାନର ସଭାନେତ୍ରୀ ଭାବେ ପ୍ରତିମା ବିଶୋୟୀକୁ ଚୟନ କରାଯାଇଥିବା ବେଳେ ସମ୍ପାଦିକା ଭାବେ ପୁଷ୍ପାଞ୍ଜଳି ବେହେରା, କୋଷାଧ୍ୟକ୍ଷ ଭାବେ ଲଳିତା ପ୍ରଧାନ ଙ୍କୁ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ଯଦି ଏମାନଙ୍କ କାର୍ଯ୍ୟ ସଂଗଠନର ଲକ୍ଷରୁ ଅଲଗା ହୁଏ ତେବେ ନୂତନ ସଦସ୍ୟ ମାନଙ୍କ ମଧ୍ୟରୁ ପୁଣି ନୂଆ ବଛା ଯାଇ ଟ୍ରଷ୍ଟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି l

ad-week
Leave A Reply

Your email address will not be published.