ଡ୍ରୋନ ଆକ୍ରମଣ ପରେ କହିଲେ ନେତନ୍ୟାହୁ – ଆମେ ଜିତିବୁ ଯୁଦ୍ଧ

add-all

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦେଶ ଏହି ଯୁଦ୍ଧ ଜିତିବାକୁ ଯାଉଛି। ସାମାଜିକ ଗଣମାଧ୍ୟମରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ ହମାସର ୟାହ୍ୟା ସିନ୍ୱାରଙ୍କୁ କହିଛନ୍ତି, ସିନ୍ୱାର ହେଉଛନ୍ତି ଆତଙ୍କବାଦୀ କାର୍ଯ୍ୟ କଳାପର ମାଷ୍ଟରମାଇଣ୍ଡ, ଯାହାର ଲୋକମାନେ ଆମ ଲୋକଙ୍କ ମୁଣ୍ଡ କାଟି ଦେଇଥିଲେ, ଆମ ମହିଳାମାନଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଶିଶୁମାନଙ୍କୁ ଜୀବନ୍ତ ଜାଳି ଦେଇଥିଲେ।
ତେବେ ଅକ୍ଟୋବର ୭ ତାରିଖ ଘଟଣାର ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ଶିଶୁମାନଙ୍କୁ ସାମୂହିକ ହତ୍ୟା ଓ ମୁଣ୍ଡ କାଟିବା ଏବଂ ଦୁଷ୍କର୍ମ ଅଭିଯୋଗ ଭଳି ଅତ୍ୟାଚାର ଅଭିଯୋଗ ମିଥ୍ୟା। ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ଇରାନର ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ସହ ଆମେ ଲଢ଼େଇ ଜାରି ରଖିଛୁ।
ସିଜେରିଆସ୍ଥିତ ତାଙ୍କ ବାସଭବନକୁ ଡ୍ରୋନ ଦ୍ୱାରା ଟାର୍ଗେଟ କରାଯିବାର କିଛି ଘଣ୍ଟା ପରେ ନେତାନ୍ୟାହୁଙ୍କ ଏହି ବୟାନ ଆସିଛି।

ad-week
Leave A Reply

Your email address will not be published.