୩ଟି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଶେଷରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି

add-all

ନୂଆଦିଲ୍ଲୀ : ମାଲୱି ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲଜେରିଆ, ମୌରିଟାନିଆ ଓ ମାଲୱି ଗସ୍ତ ଶେଷ ହେବା ପରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଆଫ୍ରିକୀୟ ଦେଶ ଗସ୍ତ ଆଲଜେରିଆ, ମୌରିଟାନିଆ ଏବଂ ମାଲାବି ସହିତ ଭାରତର ଐତିହାସିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଭାରତର ରାଷ୍ଟ୍ରପତିତ୍ୱ କାଳରେ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରାଯିବାର ବର୍ଷକ ପରେ ଭାରତର ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏହି ଗସ୍ତ କରିଥିଲେ।
ସପ୍ତାହବ୍ୟାପୀ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ୩ଟି ଦେଶର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସହ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ଆଫ୍ରିକାର ଦେଶମାନଙ୍କ ସହିତ ଆମର ବର୍ତ୍ତମାନର ବନ୍ଧୁତ୍ୱପୂର୍ଣ୍ଣ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି।

ad-week
Leave A Reply

Your email address will not be published.