ବିଜୟା ରାହତକର ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ

add-all

ନୂଆଦିଲ୍ଲୀ : ବିଜୟା ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଏବଂ ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ କରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦଳର ମହିଳା ଶାଖାର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବରେ ନିଯୁକ୍ତ କରିବା ବିଷୟରେ ମଧ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି।

ad-week
Leave A Reply

Your email address will not be published.