ସିନୱାର ପରେ ଖଲିଲ୍ ହମାସର ମୁଖ୍ୟ

add-all

ଗାଜା : ପାଲେଷ୍ଟାଇନର ଗାଜାରେ ସକ୍ରିୟ ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ୟାହା ସିନୱାରର ମୃତ୍ୟୁ ହୋଇଛି। ସିନୱାରର ମୃତ୍ୟୁ ଖବରକୁ ହମାସ ଶୁକ୍ରବାର ସ୍ବୀକାର କରିଛି। ଗୁରୁବାର ଇସ୍ରାଏଲ୍ର ଡ୍ରୋନ ଆକ୍ରମଣରେ ସିନୱାରର ମୃତ୍ୟୁ ହୋଇଥିଲା। ଏହି ଖବରକୁ ହମାସ ଅସ୍ବୀକାର କରିଥିଲା। ସିନୱାରର ମୃତ୍ୟୁ ପରେ ହମାସ ନୂଆ ମୁଖ୍ୟ ଭାବେ ଖଲିଲ୍ ଅଲ-ହାୟାକୁ ନିଯୁକ୍ତି ଦେଇଛି। ସିନୱାରର ସହଯୋଗୀ ଭାବେ ଖଲିଲ୍ କାର୍ଯ୍ୟ କରୁଥିଲା। ସଂଗଠନ ମୁଖ୍ୟ ହେବା ପରେ ଖଲିଲ୍ ଇସ୍ରାଏଲ ବିରୋଧୀ ଯୁଦ୍ଧ ଜୋର୍ କରିବାକୁ ଆହ୍ବାନ ଦେଇଛି।
ସେପଟେ ଇସ୍ରାଏଲ ବିରୋଧାରେ ନୂଆ ପ୍ରକାର ଯୁଦ୍ଧ କରିବାକୁ ଘୋଷଣା କରିଛି ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା। ଗାଜାରେ ହମାସ ମୁଖ୍ୟ ୟାହା ସିନୱାରର ମୃତ୍ୟୁ ପରେ ଶୁକ୍ରବାର ହେଜବୋଲ୍ଲା ସଂଗଠନ ଇସ୍ରାଏଲ ବିରୋଧରେ ନୂଆ ପ୍ରକାର ଆକ୍ରମଣ କରିବାକୁ ଯୋଜନା କରିଛି। ଗତ ସପ୍ତାହରେ ହେଜବୋଲ୍ଲାର ମାନବ ବିହୀନ ଡ୍ରୋନ (ମିର୍ସାଦ-୧) ଇସ୍ରାଏଲର ବାୟୁ ସେନା ସୁରକ୍ଷା ବ୍ୟବସ୍ଥା (ଆଇରନ ଡୋମ୍‌‌)କୁ ଚକମା।ଦବାରେ ସଫଳ ହୋଇଥିଲା। ହେଜବୋଲ୍ଲାର ଆତ୍ମଘାତୀ ଡ୍ରୋନ ଇସ୍ରାଏଲ ବିମାନ ଘାଟି ଉପରେ ବୋମାମାଡ କରିଥିଲା। ଏଥିରେ ଇସ୍ରାଏଲର ୪ଜଣ ସୈନିକ ପ୍ରାଣ ହରାଇବା ସହ ୬୦ଜଣ ଆହତ ହୋଇଥିଲେ। ତେଣୁ ଆଗାମୀ ଦିନରେ ହେଜବୋଲ୍ଲା ଇସ୍ରାଏଲ ଉପରେ ଏପରି ଡ୍ରୋନ ଆକ୍ରମଣ କରିବାର ଆଶଙ୍କା ରହିଛି।

ad-week
Leave A Reply

Your email address will not be published.