ଚାଷୀଙ୍କୁ ୧୩ଟି ନୂଆ ଗହମ ପ୍ରଜାତି ବଣ୍ଟନ ଆରମ୍ଭ

add-all

ନୂଆଦିଲ୍ଲୀ : କର୍ନାଲସ୍ଥିତ ଭାରତୀୟ ଗହମ ଓ ବାର୍ଲି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୧୩ଟି ନୂଆ ପ୍ରଜାତିର ଗହମର ବିହନ ବଣ୍ଟନ ଆରମ୍ଭ ହୋଇଛି। ନୂଆ କିସମର ବିହନ ପାଇବା ପାଇଁ ସାରା ଦେଶରୁ ୨୨ ହଜାର କୃଷକ ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଥିଲେ। ନୂଆ ପ୍ରଜାତିର ଗହମ ରୋଗ ପ୍ରତିରୋଧକ ହେବା ସହ ଅଧିକ ଉତ୍ପାଦନ ଦେଇଥାଏ। ଅନୁମୋଦିତ କିସମ ଗହମରେ ବାର୍ଲି ପ୍ରଜାତି ‘DWRV137’ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଚୋପା ମୁକ୍ତ ଏବଂ ପଶୁଖାଦ୍ୟ ପାଇଁ ନଡ଼ା ମଧ୍ୟ ପ୍ରଦାନ କରିବ।
ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରତନ ତିୱାରୀ କହିଛନ୍ତି ଯେ ଏଥର ଅନୁଷ୍ଠାନ ୧୧୫ ନିୟୁତ ମେଟ୍ରିକ ଟନ୍ ଗହମ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେ କହିଛନ୍ତି ଯେ ଗତବର୍ଷ ୧୧୩.୨୯ ନିୟୁତ ମେଟ୍ରିକ ଟନ୍ ଗହମର ରେକର୍ଡ ଉତ୍ପାଦନ ହୋଇଥିଲା।

ad-week
Leave A Reply

Your email address will not be published.