ଆୟୁଷ୍ମାନ ଭାରତ ଯୋଜନାରେ ୧୭୦ ଆୟୁର୍ବେଦ ପ୍ୟାକେଜ ଅନ୍ତର୍ଭୁକ୍ତ

add-all

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଜାଧବଙ୍କର ୧୦୦ ଦିନ କାର୍ଯ୍ୟକାଳରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୧୦୦୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆୟୁଷ ଏଣ୍ଟ୍ରି ଲେବେଲ ସାର୍ଟିଫିକେଟ୍ ମିଳିବା ସହିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୧୭୦ ଟି ଆୟୁର୍ବେଦ ପ୍ୟାକେଜକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ଆୟୁର୍ବେଦ ଚିକିତ୍ସା ମିଳିପାରିବ। ବୟସ୍କଙ୍କ ପାଇଁ ୧୪୬୯୨ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ସହିତ ଆୟୁଷ ଚିକିତ୍ସାର ବହୁଳ ପ୍ରସାର ପାଇଁ ଭିଏତନାମ ଓ ମାଲେସିଆ ଦେଶ ସହ ଚୁକ୍ତି କରାଯାଇଛି।
ଗବେଷଣା ଓ ଉଦ୍ଭାବନ ଲକ୍ଷ୍ୟରେ ଦେଶର ପ୍ରମୁଖ ସଂସ୍ଥାନରେ ୬ଟି ନୂଆ ଆୟୁଷ ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି। ୨୮୯.୦୫ କୋଟି ଟଙ୍କା ବିନିଯୋଗରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ଦିଲ୍ଲୀରେ ମୋଟ ୧୯୪ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ସହ ଉନ୍ନତମାନର ଗବେଷଣାର ସୁବିଧା ଯୋଗାଇ ଦିଆଯିବ। ହରିୟାଣାର ପଞ୍ଚକୁଲାଠାରେ ୨୯୪.୯୧ କୋଟି ଟଙ୍କା ବିନିଯୋଗରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ପ୍ରତିଷ୍ଠା କରାଯାଇଛି। ଯୋଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ପାଇଁ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ସରିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ଆୟୁଷ ମନ୍ତ୍ରଣାଳୟର ଭାଗୀଦାରୀରେ କିଶୋରୀ କନ୍ୟାଙ୍କୁ ରକ୍ତହୀନତା ଓ କୁପୋଷଣ ପାଇଁ ଆୟୁର୍ବେଦ ଚିକିତ୍ସା ଏବଂ ପରାମର୍ଶ ଦିଆଯାଉଛି। ଗବେଷଣା ପାଇଁ ଏହି ସଂସ୍ଥାନ ଓଡ଼ିଶାର ପ୍ରମୁଖ ଅନୁଷ୍ଠାନ ଏମ୍ସ, ଆଇସିଏମ୍‌ଆର୍‌ ତଥା ଆଇସିଏମଆର୍‌ ଭୁବନେଶ୍ୱର ସହ ଅନୁସନ୍ଧାନ କାଯ୍ୟ ଜାରି ରଖିଛି।

ad-week
Leave A Reply

Your email address will not be published.