ରାଳବ ଗ୍ରାମ ରେ ରକ୍ତଦାନ ଶିବିର : ୧୧୦ ୟୁନିଟ ରକ୍ତ ସଂଗ୍ରହ

add-all

ହିଞ୍ଜିଳିକାଟୁ (୨୦/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ବିପଦର ଵନ୍ଧୁ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ରାଳଵ ଗ୍ରାମର ବରିଷ୍ଠ ସମାଜସେବୀ ଗଙ୍ଗାଧର ପରିଡା ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ୧୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବ୍ଲଡ ବ୍ୟାଙ୍କରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ବିପଦର ଵନ୍ଧୁ ସଂଗଠନ ଓ ରାଳଵ ଗ୍ରାମ ବାସୀ ପକ୍ଷରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ବ୍ଲଡବ୍ୟାଙ୍କ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା

ad-week
Leave A Reply

Your email address will not be published.