ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ରାଜ୍ୟ ବର୍ଗରେ ଓଡିଶା ପ୍ରଥମ

add-all

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ୯ଟି ବର୍ଗରେ ୩୮ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ ଏବଂ ଶ୍ରେଷ୍ଠ ନାଗରିକ ସମାଜ ଅନ୍ତର୍ଭୁକ୍ତ।
ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ ଜଳ ଜୀବନ ମିଶନ ଅଧୀନରେ ସରକାର ଦେଶର ୭୮%ରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ୨୦୧୯ରେ ଯେତେବେଳେ ଏହି ମିଶନ ଆରମ୍ଭ ହୋଇଥିଲା ସେତେବେଳେ ମାତ୍ର ୧୭% ଗ୍ରାମୀଣ ପରିବାର ସୁରକ୍ଷିତ ଜଳ ପାଇଥିଲେ। ଜଳ ଜୀବନ ମିଶନ ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ଆସିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଦେଶର ଭୂତଳ ଜଳ ସ୍ଥିତି ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ଓ ଉତ୍ତରପ୍ରଦେଶକୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.