ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ

add-all

ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିପାରେ।  ବାତ୍ୟାକୁ ଦୃଷ୍ଟିରେ ବନ୍ଦ ରହିବ ନନ୍ଦନକାନନ ଓ ଷ୍ଟେଟ ବଟାନିକାଲ୍ ପାର୍କ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ୨୪  ଓ ୨୫ ତାରିଖରେ ଏହା ବନ୍ଦ ରହିବ ।

ସୂଚନା ଅନୁଯାୟୀ, ବାତ୍ୟା ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ। ସେହିପରି କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ଉପକୂଳ ମୁହାଁ ହେବା ସହ ଓଡ଼ିଶା ଉପକୂଳ ଅଞ୍ଚଳ ମାନଙ୍କରେ ବର୍ଷା ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.