ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

add-all

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉପାନ୍ତ ଅଞ୍ଚଳ ରାଇଘର ବ୍ଲକର ଟିମନପୁର ପଞ୍ଚାୟତର ଗୋଟିଏ ଗ୍ରାମରେ ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଫଳରେ ନବଜାତ ଶିଶୁ ପୁତ୍ର ମୃତ୍ୟୁ । ସୂଚନା ପ୍ରକାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ରାଇଘର ବ୍ଲକ ଟିମନପୁର ପଂଚାୟତ ର ବୁଡ୍ରାପାରା ଗ୍ରାମ ର ସାଗୁନବାଡ଼ି ରେ ପରମାନନ୍ଦ ମାଝୀ ଙ୍କ ସ୍ତ୍ରୀ ଗୌତମୀ ମାଝୀ ଗର୍ଭବତୀ ହେବା ପରେ ପ୍ରସବ ଯନ୍ତ୍ରଣା ହେବାରୁ ପରମାନନ୍ଦ ଗୋନା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗାଯୋଗ କରିବାରୁ କିଛିସମୟ ପରେ ଗାଁର ଅଧା ବାଟ ଆମ୍ବୁଲାନ୍ସ ଆସି ଅଟକି ଯାଇ ଥିଲା କାରଣ ରାସ୍ତା ବହୁତ ଖରାପ ଥିବାରୁ ଘର ପାଖେ ଆମ୍ବୁଲାନ୍ସଟି ଆସି ନ ପାରିବାରୁ ପରିବାର ଲୋକେ ଏବଂ ଗ୍ରାମର କିଛି ଲୋକେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଦେଢ଼ କିଲୋମିଟର ଅତି କଷ୍ଟରେ ବୋହିନେଇ ଆମ୍ବୁଲାନ୍ସ ପାଖେ ପହଞ୍ଚେଇ ଥିଲେ।ପରେ ମହିଳାଙ୍କୁ ଗୋନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା କିନ୍ତୁ ଗର୍ଭବତୀଙ୍କ ଅବସ୍ଥା ବହୁତ ସଂକଟପୁର୍ଣ ଥିବାରୁ ସାଙ୍ଗେ ସାଙ୍ଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାଳ ବିଳମ୍ବ ନ କରି ଗୋନା ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ଥାନାନ୍ତରିତ କରାଯାଇ ଥିଲା ଏବଂ ସେଇଠି ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ଗୌତମୀ ମାଝୀ କିନ୍ତୁ ଦୁଃଖର ବିଷୟ ଅତ୍ୟଧିକ ଗୌତମୀ ମାଝୀ ପ୍ରସବ ଯନ୍ତ୍ରଣା ଓ କଷ୍ଟ ପାଇଥିବାରୁ ମୃତ୍ୟୁ ବରଣ କରିଥିବା ଶିଶୁ ପୁତ୍ରଟି ପ୍ରସବ କରିଥିଲେ। ଏଇଠି ପ୍ରଶ୍ନ ଉଠୁଛି ପ୍ରକ୍ରୁତ ଦୋଷ କାହାର ? ଶିଶୁ ପୁତ୍ରଟି ଜନ୍ମ ହେବା ପୂର୍ବରୁ ଆଖି ବୁଜିଦେଲା ତାହାର ନା ସ୍ଥାନୀୟ ପ୍ରଶାସନର?

ଏହି ଗ୍ରାମ୍ୟ ରାସ୍ତାଟି ପାଇଁ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନ ପାଖରେ ଆବେଦନ, ଅଭିଯୋଗ କରିବା ସ୍ୱତ୍ତେ ଭି ଏହି ରାସ୍ତା ପ୍ରତି କାହିଁକି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ପଡୁ ନାହିଁ। ଯଥାଶୀଘ୍ର ଏହି ରାସ୍ତା ପ୍ରତି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ପଡୁ କହି ଗ୍ରାମବାସୀ ଓ ଆଖ ପାଖ ଗ୍ରାମର ସାଧାରଣ ଜନତା ଦାବି କରିଛନ୍ତି। ଆଜି ରାସ୍ତାଟି ଖରାପ ଥିବାରୁ ଠିକ ସମୟରେ ଆମ୍ବୁଲାନ୍ସ ପହଁଞ୍ଚି ପାରିଲା ନାହିଁ ଯାହାଫଳରେ ଏତେବଡ଼ ଦୃଶ୍ୟ ସାମନା କୁ ଆସିଛି କହି ପରମାନନ୍ଦ ମାଝୀ ଦୁଃଖ ଓ ବ୍ୟଥିତ ହୋଇ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.