ବାରଖମା ପଞ୍ଚାୟତରେ ବିଜେଡିର ସାଂଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ: ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ୧୦ ଯୁବକ

kalipuja

ବାଲିଗୁଡ଼ା, ୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଞ୍ଚାୟତସ୍ତରୀୟ ସାଂଗଠନିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର ସାଂଗଠନିକ ମଜବୁତି, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ଏବଂ ଆଗାମୀ ଦିନରେ ପଞ୍ଚାୟତସ୍ତରରେ ହେବାକୁ ଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସିନ୍ଦ୍ରିଗାଁ ସରପଞ୍ଚ ରଘୁନାଥ ମଲ୍ଲିକଙ୍କ ସମେତ ବାଲିଗୁଡ଼ା ଏନଏସି (NAC)ର ବହୁ ବିଜୁ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ବାରଖମା ପଞ୍ଚାୟତ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ରଘୁନାଥ ପାତ୍ର, ଉପସଭାପତି ଭାବେ ସାନନ୍ଦ ମଲ୍ଲିକ, ସମ୍ପାଦକ ଭାବେ ମିହିର ଦିଗାଳ, ସହ-ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ଦିଗାଳ ଏବଂ କୋଷାଧ୍ୟକ୍ଷ ଭାବେ ଭାଗୀରଥି ଦଣ୍ଡିଆଙ୍କୁ ଚୟନ କରାଯାଇଥିଲା।

ଅନ୍ୟପକ୍ଷରେ, ଏହି ବୈଠକ ଅବସରରେ ବାରଖମା ପଞ୍ଚାୟତର ଦିଗିପଡ଼ି ଅଞ୍ଚଳରୁ କଂଗ୍ରେସ ସମର୍ଥିତ ୧୦ ଜଣ ଯୁବକ ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନକଲ୍ୟାଣମୂଳକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଶଙ୍କର ଦିଗାଳ ଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି ଯୁବକମାନେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଥିଲେ। ନୂତନ ଭାବେ ଯୋଗ ଦେଇଥିବା ଯୁବକମାନଙ୍କୁ ଦଳୀୟ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ବାରଖମା ପଞ୍ଚାୟତରେ ନୂତନ କର୍ମକର୍ତ୍ତା ଚୟନ ଏବଂ ଯୁବକମାନଙ୍କ ଯୋଗଦାନ ଫଳରେ ତୃଣମୂଳ ସ୍ତରରେ ବିଜେଡି ସଂଗଠନ ଆହୁରି ଶକ୍ତିଶାଳୀ ଓ ସୁଦୃଢ଼ ହେବ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ ଆଶା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.