ଦୀପାବଳି ପୂର୍ବରୁ ହାହାକାର, ୪୦ ଲକ୍ଷ କୋଟି ସ୍ୱାହା

add-all

ମୁମ୍ବାଇ : ଦୀପାବଳି ପୂର୍ବରୁ ନିବେଶକଙ୍କୁ ଝଟ୍‌କା। ଶେୟାର ମାର୍କେଟରେ ହାହାକାର। ସ୍ୱାହା ହୋଇଗଲା ୪୦ ଲକ୍ଷ କୋଟି। ଗୋଟିଏ ମାସରେ ନିବେଶକ ହରାଇଲେଣି ୪୦ ଲକ୍ଷ କୋଟି ଟଙ୍କା। ଗତ ମାସକର ଡାଟା କହୁଛି ଶେୟାର ବଜାର ବହୁତ ଖରାପ ସମୟ ଦେଇ ଗତି କରୁଛି। ବର୍ଷକରେ ନିବେଶକ ଯାହା ଅର୍ଜନ କରିଥିଲେ ତାହା କେବଳ ଏକ ମାସରେ ସ୍ୱାହା ହୋଇଯାଇଛି। ଖୁଚୁରା ନିବେଶକଙ୍କ କହିବା ଅନୁଯାୟୀ କୋଭିଡ ପରେ ପ୍ରଥମ ଥର ପାଇଁ ଶେୟାର ବଜାରରେ ଏପରି ହ୍ରାସ ଦେଖିବାକୁ ମିଳୁଛି ।
ସେପ୍ଟେମ୍ବର ୨୭ ତାରିଖରେ ବିଏସଇ ମାର୍କେଟ୍ କ୍ୟାପ୍ ପ୍ରାୟ ୪୭୭ ଲକ୍ଷ କୋଟି ଟଙ୍କା ଥିଲା । ହେଲେ ମାସକ ମଧ୍ୟରେ ଅକ୍ଟୋବର ୨୫ ସୁଦ୍ଧା ଏହା ଖସି ୪୩୭ ଲକ୍ଷ କୋଟିରେ ପହଞ୍ଚିଛି । ବର୍ଷ ବର୍ଷ ଧରି ମାର୍କେଟରେ ପୁଞ୍ଜି ନିବେଶ କରିଥିବା ନିବେଶକଙ୍କ ପୋର୍ଟଫୋଲିଓ ନେଗେଟିଭକୁ ଚାଲିଆସିଛି।
କିଛି ସପ୍ତାହରେ ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ଶେୟାର ୫୦ ପ୍ରତିଶତ ଯାଏ ହ୍ରାସ ପାଇଛି। ଇଣ୍ଡେକ୍ସ କଥା କହିଲେ, ସେନସେକ୍ସ ଅଲ୍ ଟାଇମ୍ ହାଇରୁ ପ୍ରାୟ ୬ହଜାର ୫୦୦ ପଏଣ୍ଟ ହ୍ରାସ ଘଟିଛି । ସେହିଭଳି ନିଫ୍ଟି ୨୧ ଶହ ପଏଣ୍ଟ ତଳକୁ ଖସିଛି। ଭୟରେ ନିବେଶକମାନେ କ୍ଷତିରେ ଶେୟାର ବିକ୍ରି କରି ମାର୍କେଟରୁ ବାହାରି ଯାଉଛନ୍ତି।

ad-week
Leave A Reply

Your email address will not be published.