
ରାୟଗଡା : ତା : ୨୬/୧୦/୨୪ ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧୁଷିତ ଜ଼ିଲ୍ଲା | ଏଠାରେ ଜ଼ିଲ୍ଲାର ଜନସଂଖ୍ୟାର ୭୫ ଶତକଡା ଜନତା ହଉଛନ୍ତି ଆଦିବାସୀ | ଜ଼ିଲ୍ଲାରେ ଆଦିବାସୀଙ୍କ ଉନ୍ନତି ଯଦି ନହେବ ତାହାଲେ ଜ଼ିଲ୍ଲା କେବେବି ଉନ୍ନତି ହେବନାହିଁ | ଯୋଉ ଜ଼ିଲ୍ଲାରେ ଚାରି ଭାଗରୁ ୩ ଭାଗ ଆଦିବାସୀହିଁ ଅଛନ୍ତି ସେଠାରେ ଯଦି ଆଦିବାସୀ ଉନ୍ନତି ନହେଉଛନ୍ତି ତାହାଲେ ଅନ୍ୟ ଜ଼ିଲ୍ଲାରେ କିପରି ଆଦିବାସୀ ମୁଖ୍ୟ ସ୍ରୋତକୁ ଆସିବେ ? ଏହି ପ୍ରଶ୍ନ ସହ ଆଜି ଜ଼ିଲ୍ଲା ଆଦିବାସୀ ସମାଜର ବୈଠକକୁ ଆସିଥିବା ପ୍ରତେକ ଆଦିବାସୀ ଏହି ପ୍ରଶ୍ନ ସହ ସମାଜକୁ ସଂଗଠିତ କରିବା ପାଇଁ ଶପଥ ନେଇଛନ୍ତି | ସୂଚନା ଥାଉକି ଯେ ଆଜି ରାୟଗଡା ନଗର ସ୍ଥିତ ସ୍ଥାନୀୟ ତେଜସ୍ୱୀ ହୋଟେଲରେ ଜ଼ିଲ୍ଲା ଆଦିବାସୀ ସମାଜ ପକ୍ଷରୁ ରାୟଗଡା ପୌରପରିଷଦ ଓ ରାୟଗଡା ବ୍ଲକର ଆଗଧାଡିର ଆଦିବାସୀ ନେତୃତ୍ୱ ନେଉଥିବା ଯୁବକ ଓ ବୈଜଷ୍ଠ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା | ଉକ୍ତ ବୈଠକରେ ମାଁ ମଝିଘରିଆଣିଙ୍କୁ ପୂଜା ସହ ଭଗବାନ ବିର୍ସା ମୁଣ୍ଡା, ସହିଦ ଲଖ୍ମଣ ନାୟକଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରିଥିଲେ | ଆଦିବାସୀଙ୍କୁ ଠିକାଦାରି କାମରେ ଭାଗିଦାରି, ଜ଼ିଲ୍ଲାରେ ଥିବା ସମସ୍ତ କଳକାରଖାନା ମାନଙ୍କରେ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମୁଖ୍ୟତଃ ଆଦିବାସୀ ପରମ୍ପରା ଓ ସଂସ୍କୃତି କିପରି ବଞ୍ଚି ରହିବ ତାହାପାଇଁ ଏକ ସ୍ୱତନ୍ତ୍ର ଯୋଜନା ଉପରେ ନିଷ୍ପତି ନିଆଯାଇଥିଲା | ପରିଶେଷରେ ବୈଠକରେ ଥିବା ସମସ୍ତ ସଦସ୍ୟ ଏକ ସ୍ୱରରେ ମୁ ଆଦିବାସୀ ଗର୍ବରେ କହୁଛି ମୁଁ ଆଦିବାସୀ । ମୋର ପୂର୍ବଜ ଏ ଧରା ପୃଷ୍ଠର ମୂଳ ନିବାସୀ । ପ୍ରକୃତିର ରକ୍ଷକ, ପୂଜକ ଓ ଉପାସକ ହଉଛନ୍ତି ଆଦିବାସୀ । ସମଗ୍ର ଭାରତର ଆଦିବାସୀ ମୋର ଭାଇ, ବନ୍ଧୁ, ପରିଜନ ଓ କୁଟୁମ୍ବ । ତାଙ୍କରି ସୁରକ୍ଷା ଓ ଉନ୍ନତି ପାଇଁ ମୋ ଜୀବନ ସମର୍ପିତ କହି ଏକ ସ୍ୱରରେ ଶପଥ ନେଇଥିଲେ | ଆଗାମୀ ଦିନରେ ଆଦିବାସୀଙ୍କ ଉନ୍ନତି ପାଇଁ ସମାଜ ଏକ ବିଶାଳ ସାଙ୍ଗଠନିକ ରୂପ ନେବାକୁ ଯାଉଛି ଯୋଉ ଆଧାରରେ ସମାଜର ପ୍ରତେକଟି ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ ହେବ ଯାହା ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା | ଉକ୍ତ ବୈଠକରେ ମଞ୍ଚାସିନ ଅତିଥି ମାନଙ୍କ ଭିତରେ ରାୟଗଡା ବିଧାନସଭା ବିଧାୟକ ଆପଲ୍ଲା ସ୍ୱାମୀ କାଡ୍ରାକା, ଚକ୍ରଧର ବିଡିକା, ରାଜୁ ନାୟକ, ମିନାରାଓ ହିମିରିକା, ଶଙ୍କର ଜିଲାକାରା, ହର ପ୍ରସାଦ ହେପୃକା, ଶମ୍ଭୁ ଜାକାକା ପ୍ରମୁଖ ଥିଲେ | ସେଇପରି ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ଉଲ୍ଲକା, ରାଓଲା ମାଝୀ, ଗଙ୍ଗାଧର ପୁଆଲା, ଦୋରା କଣ୍ଡାଗିରି, କୋଷଣା ହୁଇକା, ବାବୁରାଓ ବିଡିକା, ଅଶ୍ଵିନୀ ବିଡିକା, କ୍ରୀଷ୍ଣା ତାଡିଙ୍ଗି, ନରସିଂହ ବିଡିକା, କାଳୀ ନାଚିକା, ମାଦବ ରାଓ ସାରକା, ବାଳଦାସ ମେଲେକା, ସୋମନାଥ ହୁଇକା, ସତ୍ୟବାନ ମାଣ୍ଡାଙ୍ଗି, ରଞ୍ଜୁ ଜିଲାକାରା, ନରସିଂହ ମାଣ୍ଡାଙ୍ଗି, ତ୍ରିନାଥ ତଇକା, ଅଶୋକ ପୁଆଲା, ଗଙ୍ଗା କାଡ୍ରାକା, ଗୋବର୍ଦ୍ଧନ କଣ୍ଡାଗିରି, ଚନ୍ଦ୍ର ପୁଆଲା, ସୋମନାଥ ଜାକାକା, ପ୍ରଦୀପ ଉଲ୍ଲକା, କ୍ରୀଷ୍ଣା ମେଲେକା, ବିଜୟ ମେଲେକା, ଗୋପାଳ, ବାସନା ମେଲେକାଙ୍କ ସମେତ ୨୮ ପଞ୍ଚାୟତର ଆଦିବାସୀ ବୁଦ୍ଧିଜୀବୀ ଓ ଯୁବକ ମାନେ ଉପସ୍ଥିତ ଥିଲେ| ଉକ୍ତ କାର୍ଯ୍ୟକ୍ରମରେ ଦୁର୍ଗାଚରଣ ମାଣ୍ଡାଙ୍ଗି ମଞ୍ଚ ପରିଚାଳନା କରିଥିଲେ |
