ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

add-all

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ।

ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥିମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ବାଣ ଦୋକାନ ମଧ୍ୟରେ ଅତି କମ୍‌ରେ ୫୦ ଫୁଟ୍‌ ଦୂରତା ରହିବା ଆବଶ୍ୟକ।

ସେହିପରି ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୁଲିସ ଚଢ଼ଉ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୁଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।

ad-week
Leave A Reply

Your email address will not be published.