୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

add-all

ବ୍ରହ୍ମପୁର : ୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଂଘ । ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଡାକରା ରେ ଆଜି ଜିଲ୍ଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ କର୍ମଚାରୀ EMT, Pilot, Attendant ମାନେ ପୂର୍ବରୁ ଭୁବନେଶ୍ୱର ର Ziqtiza Health Care Ltd. ଦ୍ୱାରା ପରିଚାଳିତ ହେଉଥିଲେ। ତେବେ ବର୍ତ୍ତମାନ EMRI Green, ନାମକ ଠିକା ସଂସ୍ଥା ନୂତନ ଦାୟିତ୍ବ ବହନ କରିଛନ୍ତି । କିନ୍ତୁ ନୂତନ ଭାବେ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୨୫୦ଜଣ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ କାର୍ଯ୍ୟରୁ ବାହାର କରି ଦେଇଛି।ଯାହାକୁ ନେଇ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବର୍ଷ, ବର୍ଷ ଧରି ଖରା, ବର୍ଷ, ରାତିଦିନ, ବାତ୍ୟା, ସମସ୍ତ ଦୁର୍ବିପାକ ରେ କାର୍ଯ୍ୟ କରିଲୋକଙ୍କୁ ସେବା ଯୋଗାଇ ଆସୁଥିବା କର୍ମଚାରୀ ଙ୍କୁ ବାହାର କରିବା ନିନ୍ଦନୀୟ ବୋଲି ସଂଘ କହିଛି। ଏହା ସହିତ କର୍ମଚାରୀ ମାନଙ୍କୁ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାର୍ଯ୍ୟ କରାଉଛି କମ୍ପାନୀ।ଯାହାକି କର୍ମଚାରୀ ଙ୍କୁ କେବଳ ୮ ଘଣ୍ଟା କାର୍ଯ୍ୟର ପାରିଶ୍ରମିକ ଦିଆଯାଉଛି।ତେଣୁ ଶ୍ରମିକ କୋଡ଼ ନିୟମ ପାଳନ କରିବା ଏବଂ ନିୟମିତ କରିବାକୁ ଦାବି କରିଛି। ତୁରନ୍ତ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ସହିତ ୧୧ଦଫା ଦାବି ପୂରଣ କରିବାକୁ ଦାବି କରିଛି ସଂଘ।ଯଦି ଦାବି ପୂରଣ ନ ହେଲେ ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମାଚାରୀମାନେ ଆସନ୍ତା ୩୦ତା ରିଖରୁ ଜି.ପି.ଏସ୍ ବନ୍ଦ କରି ରୋଗୀସେବା କରାଯିବ । ପୁନଃ ନଭେମ୍ବର୦୧ ସଂପୂର୍ଣ ଭାବେ ସମସ୍ତ କର୍ମଚାରୀ ମାନେ ନିଜର ରୋଗୀ ସେବା ବନ୍ଦ କରି ରାଜରାସ୍ତାକୁ ଓଲାଇବାକୁ ଦାଧ ହେବେବୋଲି ସଂଘ ଚେତାବନୀ ଦେଇଛି। ।

ad-week
Leave A Reply

Your email address will not be published.